ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ଧର୍ମଗଡ଼ ସ୍ଥିତ ସ୍ନାତକ ମହିଳା ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ପକ୍ଷରୁ ସ୍ବାସ୍ଥ୍ୟ ସଚେତନତା ଶିବିର ଛିଲିପା ଗ୍ରାମଠାରେ ଅନୁଷ୍ଠିତ ହେଇ ଯାଇଛି । ଏହି ଶିବିରରେ ପର୍ଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ତିନି ଜଣ ମେଡିକାଲ ଅଫିସର ଗ୍ରାମବାସୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ । ଏହି ଅବସରରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଛିଲିପା ସରପଞ୍ଚ ବିଭୁଦତ୍ତ ପ୍ରଧନୀ, ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ଅର୍ଚ୍ଚନା ଗୁଛି, ଅଧ୍ୟାପକ ସରୋଜ ମେହେର, ଲୁସି ଗଉଡ, କୁମୁଦିନୀ ନାଏକ, ଲକ୍ଷପତି ନାଏକ, ହିଂମାଶୁ ସାହା ଏବଂ ରଜନୀ ନାଏକଙ୍କ ସମେତ ଶତାଧିକ ଛାତ୍ରୀ ଉପସ୍ଥିତ ଥିଲେ ।





