ପୁରୁଷୋତ୍ତମପୁର ତହସିଲ କାର୍ଯ୍ୟାଳୟରେ ପଟା ବଣ୍ଟନ କାର୍ଯ୍ୟକ୍ରମ 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ବହୁଦିନର ପ୍ରତୀକ୍ଷା ଓ ଲୋକଙ୍କ ମନରୁ ମଉଳି ଯାଇଥିବା ଆଶା କୁ ସଂଚାରିତ କରି ଆଜି ପୁରୁଷୋତ୍ତମପୁର ତହସିଲ କାର୍ଯ୍ୟାଳୟ ପକ୍ଷରୁ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ତହସିଲଦାର ବିନୋଦ କୁମାର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ଭାବରେ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ଓ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଯୋଗଦେଇ ମଞ୍ଚାସିନ ଥିଲେ | ତହସିଲ ଷ୍ଟାଫ ମାନେ ଅତିଥି ମାନଙ୍କୁ ଉତ୍ତରୀୟ ଓ ପୁଷ୍ପ ଗୁଛ ଦେଇ ସ୍ୱାଗତ କରି ଥିଲେ | ଦୁଇ ବିଧାୟକ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଜନହିହିତକର ଯୋଜନା ସମ୍ପର୍କରେ ଗୁରୁତ୍ବାରୋପ କରି ଏହି ପଟ୍ଟାର ମହତ୍ତ୍ବ ସମ୍ପର୍କରେ ଆଲୋକପାତ କରିଥିଲେ। ଏବଂ ପଟ୍ଟା ନଥିବା ଦ୍ୱାରା ଲୋକମାନେ କିପରି ନାହିଁନଥିବା ଘରୋଇ ଅସୁ ବିଧା ର ଶିକାର ହେଉଛନ୍ତି ତାହାଉପରେ ଆଲୋକ ପାତ କରିଥିଲେ | ନିଜ ଘରଟି କାହାକୁ ବିକ୍ରି କରିପାରୁ ନାହାନ୍ତି ଏହିସବୁ ଅସୁବିଧା ଦୂର ହୋଇଥିବାର କହି ସମସ୍ତଙ୍କ ମନରେ ଆଜି ରାଜ୍ୟ ସରକାର ହସ ଫୁଟାଇ ଥିବାର କହି ପଟ୍ଟା ବଣ୍ଟନ ର ବ୍ୟବସ୍ତା କରିଥିଲେ | ଏବଂ ଅନ୍ୟତମ ଅତିଥି ଭାବରେ ଛତ୍ରପୁର ଉପଜିଲାପାଳ ଡ.ଶିବାଶିଷ ବରାଳଯୋଗ ଦେଇ ଏହି ପଟା ପାଇଁ ଯେଉଁମାନଙ୍କ ବହୁ ଅସୁବିଧା ହେଉଥିଲା ତାହାର ଆଜି ଅନ୍ତ ହୋଇଛି ବୋଲି ମତ ଦେଇଥିଲେ | ତହସିଲଦାର ବିନୋଦ ବେହେରା ଙ୍କ ସହ ଅତିରିକ୍ତ ତହସିଲଦାର ସଙ୍ଗୀତା ସେଠୀ, ଏନ ଏ ଏସି ଅଧ୍ଯକ୍ଷ କୃଷ୍ଣଚନ୍ଦ୍ର ପଣ୍ଡା, ବ୍ଳକ ଅଧକ୍ଷା ପିଙ୍କି ବେହେରା, ପୂର୍ଣ୍ଣ ଚନ୍ଦ୍ର ସେଠୀଙ୍କ ବ୍ଳକ ପ୍ରତିନିଧି କୋରନାଥ ସ୍ୱାଇଁ ଓ ଏନଏସି ପ୍ରତିନିଧି ସୁଦର୍ଶନ ବେହେରା ଏବଂ କବିସୂର୍ଯ୍ୟନଗର ବିଧାୟକ ପ୍ରତିନିଧି ମନୋଜ କୁମାର ଦାଶ ଙ୍କ ସହ କାଉନସିଲର ଭାସ୍କର ବେହେରା ଏବଂ ଯୁବନେତା ସୀତାରାମ ପାଣିଗ୍ରାହୀ ଏବଂ ବହୁ ସରପଞ୍ଚ, ସମିତି ସଭ୍ୟ ଯୋଗଦେଇଥିଲେ। ଏହି ଅବସରରେ ୭୭୦ଟି ପଟ୍ଟା ବଣ୍ଟନ କରାଯାଇଥିଲା। ସେଥୁମଧ୍ଯରେ ୭୧ଟି ବିଦ୍ୟାଳୟକୁ ପଟ୍ଟା ପ୍ରଦାନ କରାଯିବା ସହ ୫୬୩ଟି ଗ୍ରାମକଣ୍ତକ ପଟ୍ଟା, ୧୩୬ଟି ବେବନ୍ଦୋବସ୍ତି ପଟ୍ଟା ବଣ୍ଟନ କରାଯାଇଥିବା ବେଳେ ସରକାରଙ୍କ ନୂତନ ନିୟମ ପ୍ରକାରେ ସଂଶୋଧନ ପ୍ରକ୍ରିୟାରେ ପ୍ରସ୍ତୁତି ହୋଇଥ‌ିବା ୨୨୦୭ଟି ପଟ୍ଟାକୁ ମଧ୍ୟ ପ୍ରଦାନ କରାଯିବା ନେଇ ତହସିଲଦାର ବିନୋଦ କୁମାର ବେହେରା କହିଛନ୍ତି। ଏଥିରେ ବହୁ ହିତାଧିକାରୀ ଯୋଗଦେଇଥିବା ବେଳେ ତହସିଲରସମସ୍ତ ଆରଇ, ହେଡ଼ କ୍ଲର୍କ, ନାଜିର ଏବଂ ମହିଳା କିରାଣୀ ଙ୍କ ସହ ସବୁ କର୍ମଚାରୀମାନେ ପରିଚାଳନା ରେ ସହଯୋଗ କରିଥିଲେ | ଏବଂ ଏହି କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳା ରେ ସରିଥିବାରୁ ତହସିଲଦାର ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.