ଚପୁରୀଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ରୋଗୀ କଲ୍ୟାଣ ସମିତିର ସ୍ଵତନ୍ତ୍ର ବୈଠକ

ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଚପୁରିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ରୋଗୀ କଲ୍ୟାଣ ସମିତି ର ଏକ ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର ଯୋଗଦେଇଥିବା ବେଳେ,ସମ୍ମାନିତ ଅତିଥି ଭାବେ ବିସିସି ବ୍ୟାଙ୍କ ସଭାପତି ଗିରିଶ ବେହେରା ,ଚପୁରିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ଅରବିନ୍ଦ ଦାସ ଓ ଆଜାଦ ଭୋଇ ପ୍ରମୁଖ ମଞ୍ଚାସିନ ଥିଲେ । ବିଭିନ୍ନ ଗୁରୁତ୍ଵ ପୂର୍ଣ୍ଣ ଆଲୋଚନା ସହ ଡାକ୍ତରଖାନା କୁ ଆସିଥିବା ବିଭିନ୍ନ ପ୍ରକାର ଖର୍ଚ୍ଚ ବିଷୟରେ ଆସିଥିବା ଅନୁଦାନ ର ଅଟକଳ ପରିମାଣ ର ହିସାବ ନିକାସ ହୋଇଥିଲା । ଶେଷରେ ଡାକ୍ତର ଖାନା ପରିସରରେ ନୂତନ ଭାବେ ନିର୍ମାଣ ହୋଇଥିବା ମନ୍ଦିର କୁ ନିରୀକ୍ଷଣ କରିଥିଲେ ବିଧାୟକ । ଡାକ୍ତରଖାନାର ଅନ୍ୟାନ୍ୟ ଡାକ୍ତର ,ନର୍ସ ଏବଂ ଅନ୍ୟାନ୍ୟ କର୍ମଚାରି ଉପସ୍ଥିତ ଥିଲେ ଉକ୍ତ ଅବସର ସ୍ଥାନୀୟ ଲୋକେ ଡାକ୍ତରଖାନାରେ ବିଷେଶଜ୍ଞ ଡାକ୍ତର ସହିତ ଏକ ଶବବ୍ୟଚ୍ଛେଦ ବ୍ୟବସ୍ଥା କରିବାକୁ ଦାବୀ କରିଥିଲେ । ବିଧାୟକ ଶ୍ରୀ ମିଶ୍ର ବିଗତ ଦିନରେ ଏହି ଡାକ୍ତରଖାନାକୁ ୫ କୋଟି ଟଙ୍କା ସରକାରୀ ସହାୟତା ପ୍ରଦାନ କରାଯାଇ ନୂତନ କୋଠା ଓ ଲ୍ୟାବ୍ରୋଟରି କରାଯାଇଥିବା କହିଥିବା ବେଳେ ଏହି ଦାବୀ ଗୁଡ଼ିକୁ ସରକାରଙ୍କ ଠାରେ ଉପସ୍ଥାପନ କରିବି ବୋଲି କହିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.