ଜୁନାଗଡ଼ରେ ବନ୍ଦ ରହିଛି ବିସିସି ବ୍ୟାଙ୍କ ଏଟିଏମ୍

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଜୁନାଗଡ଼ ରେ ସ୍ଥିତ ବିସିସି ବ୍ୟାଙ୍କର ଏଟିଏମ୍ କେନ୍ଦ୍ର ବର୍ଷେ ବର୍ଷେ ବନ୍ଦ ପଡ଼ି ରହିଥିବାରୁ ସ୍ଥାନୀୟ ଚାଷୀ ଓ ସାଧାରଣ ଗ୍ରାହକମାନଙ୍କ ମଧ୍ୟରେ ହନ୍ତା-ସନ୍ତା ପରିସ୍ଥିତି ସୃଷ୍ଟି ହୋଇଛି । ଲୋକମାନେ କହୁଛନ୍ତି, ପ୍ରତ୍ୟେକ ସମୟରେ ଏଟିଏମ୍ ରୁ ସହଜରେ ଟଙ୍କା ଉଠାଇବାର ସୁବିଧା ମିଳିଥାନ୍ତା କିନ୍ତୁ ଏହି କେନ୍ଦ୍ର ବର୍ଷେ ବର୍ଷେ ବନ୍ଦ ରହିଥିବାରୁ ସେହି ସୁବିଧାରୁ ବଞ୍ଚିତ ହେବାକୁ ପଡ଼ୁଛି । ଚାଷୀମାନେ ବିଶେଷକରି ବର୍ଷାକାଳୀନ କୃଷି କାମରେ ଟଙ୍କାର ଆବଶ୍ୟକତା ଥାଇଥାଏ, କିନ୍ତୁ ଟଙ୍କା ସମୟରେ ଉଠାଇ ପାରୁନଥିବାରୁ କୃଷି କାର୍ଯ୍ୟ ବାଧାଗ୍ରସ୍ତ ହେଉଛି । ସ୍ଥାନୀୟ ଚାଷୀମାନଙ୍କ ଅଭିଯୋଗ, ଆମେ ସମୟ ସମୟରେ ବ୍ୟାଙ୍କରେ ଲମ୍ବା ପାଳିରେ ଦାଉଡ଼ିବାକୁ ବାଧ୍ୟ ହେଉଛୁ । କାଉଣ୍ଟର୍ ସମୟ ସୀମିତ ଥିବାରୁ ଟଙ୍କା ଉଠାଇବାରେ ଅନେକ ସମୟରେ ଅସୁବିଧା ହେଉଛି । ଯଦି ଏଟିଏମ୍ ସେବା ଚାଲୁ ଥାନ୍ତା,ଆମେ ସମୟରେ ଟଙ୍କା ପାଇ କୃଷି କାମ କରିପାରୁଥାନ୍ତୁ । ସାଧାରଣ ଗ୍ରାହକମାନେ ମଧ୍ୟ କହିଛନ୍ତି ବର୍ତ୍ତମାନର ଡିଜିଟାଲ୍ ଯୁଗରେ ଯେତେବେଳେ ପ୍ରତ୍ୟେକ ବ୍ୟାଙ୍କ ଏଟିଏମ୍ ସୁବିଧା ଦେଉଛି,ସେଠାରେ ଜୁନାଗଡ଼ର ବିସିସି ବ୍ୟାଙ୍କ ଏଟିଏମ୍ ବନ୍ଦ ପଡ଼ି ରହିବା ଗ୍ରାହକମାନଙ୍କ ପାଇଁ ଅନ୍ୟାୟ ସମାନ । ଲୋକମାନଙ୍କ ଅଭିଯୋଗ ହେଲା, ବ୍ୟାଙ୍କ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନେଇ ନାହାନ୍ତି । ବର୍ଷ ଧରି ଏଟିଏମ୍ ବନ୍ଦ ରହିଲେ ମଧ୍ୟ ମରାମତି କିମ୍ବା ପୁଣିଥରେ ଚାଲୁ କରିବାରେ ସେମାନେ ଅଗ୍ରଗତି କରୁନାହାନ୍ତି । ସ୍ଥାନୀୟ ବ୍ୟାପାରୀ ଓ ସାମାଜିକ କର୍ମୀମାନଙ୍କ କଥା ଅନୁଯାୟୀ, ଗ୍ରାମାଞ୍ଚଳରେ ବିସିସି ବ୍ୟାଙ୍କରେ ଅନେକ ଚାଷୀ ଓ ଗ୍ରାହକଙ୍କ ଖାତା ରହିଛି । ଯଦି ଏଟିଏମ୍ ସୁବିଧା ଚାଲୁ କରାଯିବାନି, ତେବେ ଲୋକମାନେ ବିକଳ୍ପ ଉପାୟରେ ଅନ୍ୟ ବ୍ୟାଙ୍କକୁ ଖାତା ସ୍ଥାନାନ୍ତର କରିଦେବାକୁ ବାଧ୍ୟ ହେବେ । ଏହି ପରିସ୍ଥିତିକୁ ଦେଖି ସ୍ଥାନୀୟ ଲୋକମାନଙ୍କ ଦାବି ତୁରନ୍ତ ଏଟିଏମ୍ ଚାଲୁ କରାଯାଉ କିମ୍ବା ବିକଳ୍ପ ସୁବିଧା ପ୍ରଦାନ କରାଯାଉ । 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.