ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ମଲ୍ଲିକମୁଣ୍ଡା କ୍ଲଷ୍ଟରର ତୃତୀୟ କ୍ଳଷ୍ଟର ସ୍ତରୀୟ ବୈଠକ ମୁକୁନ୍ଦପୁର ଆଶ୍ରମ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି l ବୈଠକ ରେ ସିଆରସିସି ରଞ୍ଜନ କୁମାର ବୁଡେକ ଉପସ୍ଥିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ସ୍ଵାଗତ କରିବା ସହ କାର୍ଯ୍ୟକ୍ରମ ର ସୂଚନା ପ୍ରଦାନ କରିଥିଲେ l ଗୋବିନ୍ଦ ତରିଆ କନିଷ୍ଠ ଶିକ୍ଷକ ଭାଷା ଉପରେ ଶିଶୁମାନଙ୍କୁ ସୁନ୍ଦର ଭାବେ ଶିକ୍ଷାଦାନ ଦେଇଥିଲାବେଳେ ପଦାର୍ଥ ଝାଙ୍କର ପ୍ରଧାନ ଶିକ୍ଷକ ସରକାରୀ ପ୍ରାଥମିକ ବିଦ୍ୟାଳୟ କଇଁଫୁଲ ସାଖ୍ୟ।ଜ୍ଞାନ ଉପରେ ଶିକ୍ଷାଦାନ ଦେଇଥିଲେ l ସେ ବିଭିନ୍ନ ପ୍ରକାର TLM ଆଣି ଶିକ୍ଷା ଦେଇଥିଲେ l ପରେ ଏହି ଦୁଇ ଶ୍ରେଣୀର ଶିକ୍ଷାଦାନ ଉପରେ ଆଲୋଚନା ହୋଇଥିଲା l ସର୍ବେଶ୍ଵର ମିଶ୍ର ପ୍ରଧାନଶିକ୍ଷକ ଶିକ୍ଷଣ ସୋପାନ ଏବଂ ନିପୁଣ ସପ୍ତାହ ଉପରେ କଥା ରଖିଥିଲେ। ପଠନ ପ୍ରୋତ୍ସାହନ ଅଭିଯାନ ପଢ଼ିବା,ଗଢ଼ିବା ଓଡ଼ିଶା ଉପରେ ଆଲୋଚନା କରାଯାଇଥିଲା l ଶେଷରେ ମୁକୁନ୍ଦପୁର ଆଶ୍ରମ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଜଳନ୍ଧର ରଣା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ କାର୍ଯ୍ୟକ୍ରମ ଶେଷ ହୋଇଥିଲା।