ବୀରମହାରାଜପୁର ମହାବିଦ୍ୟାଳୟରେ ଅର୍ଥନୀତି ବିଭାଗର ସ୍ୱାଗତ ସମାରୋହ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ବୀରମହାରାଜପୁର କଲେଜ ଅର୍ଥନୀତି ବିଭାଗର ପ୍ରଥମ ବର୍ଷର ଛାତଛାତ୍ରୀ ମାନଙ୍କ ସ୍ୱାଗତ ସମାରୋହ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ କଲେଜର ପ୍ରାଂକ୍ତନ ଅଧ୍ୟକ୍ଷ ତଥା ସୁବର୍ଣ୍ଣପୁର ଜିଲ୍ଲାର ଉଚ୍ଚଶିକ୍ଷା ପରାମର୍ଶ ଦାତା ଡକ୍ଟର ପ୍ରଫୁଲ୍ଲ କୁମାର ରଥ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଛାତ୍ରୀଛାତ୍ର ମାନଙ୍କୁ ଉଦବୋଧନ ଦେଇ କହିଥିଲେ ଯେ ପିତାମାତା ଓ ଶିକ୍ଷକ ମାନଙ୍କୁ ଯେଉଁମାନେ ସମ୍ମାନ ଦେଇ ଶିଖିଛନ୍ତି ସେମାନଙ୍କ ପଛରେ ସଫଳତା ଆପେ ଆପେ ଗୋଡେଇ ହୋଇ ଆସିଥାଏ I ବିଭାଗୀୟ ମୁଖ୍ୟ ଯଜ୍ଞେଶ୍ଵର ବିଶି ନିଜନିଜର ଦୃଷ୍ଟିଭଙ୍ଗୀ ଠିକ ରଖିଲେ ଶିକ୍ଷା ଓ ସଂସ୍କାରର ବାଟ ଫିଟିଯାଏ ବୋଲି ପିଲାମାନଙ୍କୁ ଉଦବୋଧନ ଦେଇଥିଲେ I ଏଥି ସହିତ ରାଜନୀତି ବିଭାଗର ମୁଖ୍ୟ ଶିବ କୁମାର ପୁରୋହିତ, ଓଡ଼ିଆ ଅଧ୍ୟାପକ ପ୍ରକାଶ କୁମାର ସେଠ, ଇଂରାଜୀ ଅଧ୍ୟାପକ ବିଜୟ କୁମାର ପୁରୋହିତ, ବିଭାଗୀୟ ଅଧ୍ୟାପକ ପ୍ରଭାତ କୁମାର ପୁରୋହିତ ଏବଂ ଅଧ୍ୟାପିକା ମାଳତୀ ନାଏକ ପ୍ରମୁଖ ଛାତ୍ରୀଛାତ୍ରଙ୍କୁ ଅର୍ଥନୀତିର ଉପାଦେୟତା ଏବଂ ଉପଯୋଗୀତା ସମ୍ବନ୍ଧରେ ଅବଗତ କାରାଇଥିଲେ I ଶେଷ ବର୍ଷର ଛାତ୍ରୀ ସବ୍ୟାରାଣୀ ଭୋଇନାଙ୍କ ସହିତ ଛାତ୍ରୀ ଝିଲ୍ଲୀ ମଲ୍ଲିକ ସଭା ସଂଯୋଜନା କରିଥିବାବେଳେ ଛାତ୍ରୀ ଜନନୀ ବିଶ୍ୱାଳ ଧନ୍ୟବାଦ ଦେଇଥିଲେ I ମଧ୍ୟାହ୍ନ ଭୋଜନ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆନନ୍ଦ ଉଲ୍ଲାସ ସହ ଆୟୋଜନ କରାଯାଇଥିଲା I

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.