ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ୭ ସେପ୍ଟେମ୍ବର ରବିବାର ଭାଦ୍ରବ ପୂର୍ଣ୍ଣିମାରେ ଅନୁଷ୍ଠିତ ହେବାକୁ ଯାଉଛି ବିରଳ ଚନ୍ଦ୍ରଗ୍ରହଣ l ସାରା ଭାରତରେ ଏହା ଦୃଶ୍ୟମାନ ହେବାକୁ ଥିବା ବେଳେ ରାତ୍ର ୯.୫୭ ମିନିଟ ରେ ଗ୍ରହଣ ସ୍ପର୍ଶ କରିବ l ଗ୍ରହଣ ମଧ୍ଯ ଭାଗ ରାତ୍ର ୧୧.୪୨ ମିନିଟ ରେ ହେବାକୁ ଥିବା ବେଳେ ଗ୍ରହଣ ମୋକ୍ଷ ରାତ୍ର ୧.୨୭ ମିନିଟ ରେ ହେବ l ଏ ନେଇ ସ୍ୱତନ୍ତ୍ର ନୀତିକାନ୍ତି ପାଳନ ନିୟମ ରହିଛି l ଗ୍ରହଣ ସ୍ପର୍ଶ ର ୯ ଘଣ୍ଟା ପୂର୍ବରୁ ଅର୍ଥାତ୍ ଦିବା ୧୨.୫୭ ମିନିଟ ରୁ ରାତ୍ର ୧.୨୭ ମିନିଟ ପର୍ଯ୍ୟନ୍ତ ଦେବନୀତି ଓ ପାକ କର୍ମ ତଥା ଅନ୍ନ ଭୋଜନ ନିଷେଧ ରହିଛି l କିନ୍ତୁ ବୃଦ୍ଧ, ଶିଶୁ ଓ ରୋଗୀ ଙ୍କ କ୍ଷେତ୍ରରେ ଏହି ପାଳନ ନିୟମ ଲଂଘନୀୟ ରହିଛି l ଏହି ପୂର୍ଣ୍ଣଗ୍ରାସ ଚନ୍ଦ୍ର ଗ୍ରହଣ ଦୀର୍ଘ ୩.୩୦ ସମୟ ଧରି ଚାଲିବ l ଏହା ଦେଖିବାକୁ ନାଲି ରଙ୍ଗର ହେବାକୁ ଥିବାବେଳେ ସାରା ଭାରତରେ ଏହା ଦୃଶ୍ୟମାନ ହେବ l





