ଓଡ଼ିଆ ବାର୍ତ୍ତା/ ରାୟଗଡା (ପଦ୍ମନ ଭତ୍ରା): ଗତ ୪ ତାରିଖରେ ରାଜ୍ୟ ବିଜୁ ଜନତା ଦଳ ର ସଭାପତି ନବୀନ ପଟ୍ଟନାୟକ ରାୟଗଡା ଜିଲ୍ଲାର ବିଜେଡି ସଭାପତି ଭାବେ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ସାରକା ଙ୍କୁ ଦାୟିତ୍ୱ ଦେଇଛନ୍ତି ଏଥିସହିତ କାର୍ଯ୍ୟକାରୀ ସଭାପତି ଭାବେ ଗୟାଧର ପୁଆଲ ଓ ରଂଜିତ କୁମାର ପାଣିଗ୍ରାହୀ କୁ ଦାୟିତ୍ୱ ଦେଇଛନ୍ତି l ନବୀନ ପଟ୍ଟନାୟକ ଜିଲ୍ଲାର ତିନି ଗୋଟି ନିର୍ବାଚନ ମଣ୍ଡଳୀ ର ସଂଗଠନ ମଜବୁତ ପାଇଁ ବିଷମକଟକ ନିର୍ବାଚନ ମଣ୍ଡଳୀ ରୁ ଜିଲ୍ଲା ସଭାପତି ଓ ରାୟଗଡା ଓ ଗୁଣୁପୁର ନିର୍ବାଚନ ମଣ୍ଡଳୀ କୁ କାର୍ଯ୍ୟକାରୀ ସଭାପତି ପଦ ଦେଇଛନ୍ତି l ସୂଚନା ଯୋଗ୍ୟଯେ ଗତ ସାଧାରଣ ନିର୍ବାଚନରେ ରାୟଗଡା ବିଧାୟକ ନିମନ୍ତେ ଅନୁସୂୟା ମାଝୀ ଙ୍କୁ ଟିକେଟ ଦେବା କୁ ବିରୋଧ କରି ଦଳ ରେ ତୁମ୍ବିତୋଫାନ ହୋଇଥିଲା ଏହି ସମୟରେ ସୁଧୀର ଦାସ ଙ୍କୁ ଜିଲ୍ଲା ସଭାପତି ପଦରୁ ହଟାଇ ଏନ ଭାସ୍କର ରାଓଙ୍କୁ ସଭାପତି ଦାୟିତ୍ୱ ଦିଆଯାଇଥିଲା କିନ୍ତୁ ନିର୍ବାଚନ ରେ ଜିଲ୍ଲାର ତିନି ଗୋଟି ବିଧାନସଭା ଆସନ ରେ ସଚୋନୀୟ ଭାବେ ବିଜେଡି ର ପ୍ରାର୍ଥୀ ପରାଜୟ ହୋଇଥିଲେ l ନିର୍ବାଚନ ରେ ପରାଜୟ ପରେ ଉଭୟ ଗୋଷ୍ଠି ଉଭୟ କୁ ଆଙ୍ଗୁଳି ଦେଖାଇବା ରେ ଲାଗିଲେ l ଦଳ କାହାରି ପାଇଁ ରାୟଗଡା ଜିଲ୍ଲା ରେ ପରାଜୟ ହେଲା ତାହା ବିଜେଡି ନେତୃ ମଣ୍ଡଳୀ ଭଲ ଭାବେ ଜାଣିପାରିଲେ ଓ ଠିକ ସମୟରେ ଠିକ ପଦକ୍ଷେପ ନେଇ ଜିଲ୍ଲା ସଭାପତି ଭାବେ ଜଗନ୍ନାଥ ଙ୍କୁ ଦାୟିତ୍ୱ ଦେଇଛନ୍ତି l ଦାୟିତ୍ୱ ମିଳିବା ପରେ ଜଗନ୍ନାଥ ସାରକା ନିଜ ପ୍ରତିକ୍ରିୟା ରେ କହିଛନ୍ତି ଯେ ମୋତେ ନୂତନ ଭାବରେ ରାୟଗଡ଼ା ଜିଲ୍ଲା ସଭାପତି ଭାବରେ ନିଯୁକ୍ତି ଦେଇଥିବା ରୁ ମୁଁ ଦଳର ସୁପ୍ରିମ ଓଡ଼ିଶାର ଗର୍ବ ନେତୃତ୍ୱ ଓ ଉଦାରତାର ପ୍ରତୀକ ମାନ୍ୟବର ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଅନେକ ଅନେକ ଧନ୍ୟବାଦ ଜଣାଉଛି । ଏହି ଦାୟିତ୍ୱ ମୋ ପାଇଁ କେବଳ ଗର୍ବର କଥା ନୁହେଁ ବରଂ ଏହା ମୋ ପାଇଁ ଏକ ବୃହତ୍ ଗୁରୁ ଦାୟିତ୍ୱ । ମୁଁ ସଦା ସର୍ବଦା ଦଳର ନୀତି,ଆଦର୍ଶ,ଦୃଷ୍ଟିକୋଣ ଓ ଲକ୍ଷ୍ୟକୁ ମନେ ରଖି କାମ କରିଆସିଛି ସେଥିପାଇଁ ଦଳ ର ସୁପ୍ରିମୋ ମୋ ଉପରେ ଯେଉଁ ଆଶା ଭରସା କରି ମୋତେ ଏହିଗୁରୁ ଦାୟିତ୍ୱ ଦେଇଛନ୍ତି ମୁଁ ଦଳ ର ହିତ ପାଇଁ ସମସ୍ତ ଦଳୀୟ କର୍ମୀ ଙ୍କୁ ନେଇ କାମ କରିବି ବୋଲି କହିଛନ୍ତି l ରାୟଗଡା ବିଜେଡି ର ଗୋଷ୍ଠୀ ବିବାଦ କୁ ନେଇ ସାରକା କହିଛନ୍ତି ଯେ ଜିଲ୍ଲାରେ କୌଣସି ଗୋଷ୍ଠି ନାହିଁ ଆମେ ସମସ୍ତେ ଏକ ଦଳ ଏକ ଆମର ନେତା ନବୀନ ପଟ୍ଟନାୟକ l ଜିଲ୍ଲା ର ନେତା କର୍ମୀ ନିଜ ନିଜ ତରିକା ରେ ଦଳ ପାଇଁ କାମ କରୁଛନ୍ତି l ଦଳ ରେ ମନମାଳିନ ରହିବା ସ୍ୱାଭାବିକ ଜିଲ୍ଲା ରେ କିପରି ବିଜେଡି ର ସଂଗଠନ ମଜବୁତ ହେବ ସେଥିପାଇଁ ମୁଁ ସମସ୍ତ ଙ୍କୁ ନେଇ କାମ କରିବି ବୋଲି କହିଛନ୍ତି | ଶନିବାର ସନ୍ଧ୍ୟା ରେ ସଭାପତି ଜଗନ୍ନାଥ ସାରକା ଙ୍କ ରାୟଗଡ଼ା ସ୍ଥିତ ବାସ ଭବନ ରେ କଲ୍ୟାଣ ସିଂପୁର ବ୍ଲକ ସିଙ୍ଗାରି ପଞ୍ଚାୟତ ର ବରିଷ୍ଠ ବିଜେଡି ନେତା ରଘୁନାଥ କୁରୁଡ଼ିଆ,ଧନୁ ଗୋଡ଼ବିଶ,ଗିରିଧର କରକରିଆ,ମକର ମହାନନ୍ଦିଆ,ହରିଚନ୍ଦନ ପ୍ରଧାନୀ,ମୋନଜ ଗୌଡ଼ବିଶି,ପ୍ରତାପ ବାଗ,ଗୁରୁ ଦେବ ଗାଣ୍ଟା,ଭୀମସେନ ବାଗ ଓ ମହେନ୍ଦ୍ର ବାଗ ଙ୍କ ସମତେ ସିଙ୍ଗାରି ଗ୍ରାମ ପଞ୍ଚାୟତ ସରପଞ୍ଚ,ନାଏବ ସରପଞ୍ଚ ପ୍ରମୁଖ ପହଞ୍ଚି ପୁଷ୍ପ ଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇବା ସହିତ ସ୍ୱାଗତ କରି ନବୀନ ପଟ୍ଟନାୟକ ଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି ଓ ଆଗକୁ କଲ୍ୟାଣ ସିଂପୁର ବ୍ଲକ ରେ ଦଳକୁ ମଜବୁତ କରିବା ନିମନ୍ତେ ଆମେ ସଭାପତି ସାରକା ଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବୁ ବୋଲି ଭୀମସେନ ବାଗ କହିଛନ୍ତି |





