ଚୋରମରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତୃତୀୟ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ

ଓଡିଆ ବାର୍ତ୍ତା/ ଭୂତିଆରବାହାଲ (ପଞ୍ଚାନନ ଭୋଇ): ଚଳିତ ଶିକ୍ଷାବର୍ଷର ତୃତୀୟ କ୍ଲଷ୍ଟର ସ୍ତରୀୟ ବୈଠକ ଚୋରମରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି।

ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବଡ଼ବନ୍ଧ ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ଜଗଦୀଶ ପଧାନ ଆର୍‌ପି ଭାବେ ଯୋଗ ଦେଇଥିଲେ।

ବୈଠକରେ ଶିଶୁ ବାଟିକା, ସେପ୍ଟେମ୍ବର ମାସର ଶୈକ୍ଷିକ କ୍ୟାଲେଣ୍ଡର, ବହୁଶ୍ରେଣୀ ପରିଚାଳନା, ନମୁନା ପାଠଟିକା, ଶିକ୍ଷଣ ସୋପାନ ଆଦି ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା।

ଏହି ବୈଠକରେ ଦେବାନନ୍ଦ ନିଷାଦ, ନିବେଦିତା ଦାସ, ମଧୁମିତା ଅଲତିଆ, ଦିଲୀପ ପଧାନ, ରବିଚନ୍ଦ୍ର ବୁଡ଼େକ, ହୋଲିଶ୍ବର ଧାରୁଆ, ଜ୍ୟୋତିଲାଲ ସାହୁ, ଅରବିନ୍ଦ ପଧାନ, ଜ୍ୟୋତ୍ସ୍ନା ଷାଣ୍ଢ, ସୁଶାନ୍ତ ସାହୁ, ଅଶ୍ବିନୀ ନାଏକ, କ୍ଷମାନିଧି ପ୍ରଧାନ, ସନ୍ଧ୍ୟାରାଣୀ ମେହେର, ସୁଜିତ କୁମାର ମିଶ୍ର, ଲୁଚନ ଛତ୍ରିଆ, ଅମ୍ବିକା କୁମ୍ଭାର, କୁବେର ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ।

ଶେଷରେ ସହକାରୀ ଶିକ୍ଷକ ମଧୁସୂଦନ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.