ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଳା ବ୍ଲକ ଯୁରାବନ୍ଧ ପଞ୍ଚାୟତ ଖର୍ସେଲବାଞ୍ଜିରେ ଆଦର୍ଶ ଯୁବକ ସଙ୍ଘ ଓ ଗ୍ରାମବାସୀଙ୍କ ଆନୁକୂଲ୍ୟରେ ନୂଆଁଖାଇ ଭେଟ୍ ଅନୁଷ୍ଠିତ ହୋଇଛି | ଲାନ୍ଥେଶ୍ଵର ଦୁଲଦୁଲି ଗ୍ରୁପ ଟିକ୍ରାପଡ଼ାର କଳାକାର ପାରମ୍ପରିକ ବାଦ୍ୟ ପରିବେଷଣ କରିଥିଲେ | ଜୟରାମ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଧୁମାଭଟା ସରପଞ୍ଚ ବନମାଳୀ ନାୟକ, ବିଜେପି ନେତା ମହେନ୍ଦ୍ର ଅମାତ, ଗୌନ୍ତିଆ ଟିକେନନ୍ଦ ମାଝୀ, ଘାସିରାମ ଖମାରୀ, କେଶବ ଧରୁଆ ଅତିଥି ରହିଥିଲେ | ସାମ୍ବାଦିକ ରମାକାନ୍ତ ରାଜପଲିଆ, ଶିକ୍ଷକ ରୋହିତାଶ୍ଵ ସୁଆର, ନାଟ୍ୟକାର ଅନନ୍ତ ବଗର୍ତ୍ତୀ, ବିଶିଷ୍ଟ ନୃତ୍ୟ ବିଶାରଦ ରେଶ୍ମାରାଣୀ ଦାଶ, ନମିତା ଯାନୀ, ହେମନ୍ତ ବାଗଙ୍କୁ ନିଜ ନିଜ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ କରାଯାଇଥିଲା | ନିମାନନ୍ଦ ଖମାରୀ, ଆର୍ଯ୍ୟକୁମାର ଭୁଏଙ୍କ ସଂଯୋଜନାରେ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା | ସତ୍ୟ ମହାକୁର, ନରଦୀପ ମାହାର, ହରିଶ୍ଚନ୍ଦ୍ର ବାଗ, କୃଷ୍ଣଚନ୍ଦ୍ର ମାଝୀ, ଶ୍ରୀକାନ୍ତ ମିର୍ଦ୍ଧା, ରମେଶ ମିର୍ଦ୍ଧା, ଭୋଦେବ ଖମାରୀ, ଜଗନ ଖମାରୀ, ଟିକୁ ଧରୁଆ, ରାକେଶ ପରୁଆ, ବଳରାମ ନାଏକ, ଜିତୁ ଦାସ, ଲିକୁନ୍ ଖମାରୀ ପ୍ରମୁଖ ସହଯୋଗ କରିଥିଲେ |





