ମା ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଆସନ୍ତା ସେପ୍ଟେମ୍ବର ୧୪ ତାରିଖ ଜୁନାଗଡ଼ ଅଧିଷ୍ଠାତ୍ରୀ ଦେବୀ ମା ଲଙ୍କେଶ୍ୱରୀଙ୍କ ପବିତ୍ର ଖଣ୍ଡାବସା ଉତ୍ସବ କୁ ଆଡମ୍ବର ରେ କରିବା ପାଇଁ ଜୁନାଗଡ଼ ମହୋତ୍ସବ କମିଟି, ଏନ ଏ ସି ଜୁନାଗଡ଼, ମା ଲଙ୍କେଶ୍ୱରୀ କ୍ଲବ ତରଫରୁ ଏକ ପ୍ରସ୍ତୁତି ବୈଠକ ଉତ୍ସବ କମିଟି ସଭାପତି ଦୁର୍ଗା ପ୍ରସାଦ ନାଏକଙ୍କ ସଭାପତିତ୍ୱରେ ଲଙ୍କେଶ୍ୱରୀ କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି l ଆସନ୍ତା ୧୪ ତାରିଖ ଦିନ ତମାମ ଓ ରାତିରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରଦର୍ଶନୀ ଡାନ୍ସ ଡାନ୍ସକାର୍ଯ୍ୟକ୍ରମ, ଫୁଟବଲ ପ୍ରଦର୍ଶନୀ ମେଚ, କବିତା ପାଠ, ଓ ବିଭିନ୍ନ କାର୍ଯ୍ୟକ୍ରମ କରାଯିବା ପାଇଁ ନିଷ୍ପତି ନିଆଯାଇଛି l ଏହି ସଭାରେ ଉତ୍ସବ କମିଟିର ଉପଦେଷ୍ଟା ନଗରପାଳ ହିମାଦ୍ରୀ ନାଏକ, ୱାର୍ଡ ସଭ୍ୟା ହିମାଦ୍ରୀ ସିନ୍ଦୁର, ୱାର୍ଡ ସଭ୍ୟ କାନହୁ ବୈଠାରୁ, ଚକ୍ରଧର ବାଗ, ଭୂପେନ୍ଦ୍ର ଦଣ୍ଡସେନା (କୁନା) ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ଖିଲୋ, କନ୍ଦର୍ପ ଗୁରୁ ଉତ୍ସବ କମିଟି ଉପସଭାପତି ଲଳିତ ଅଗ୍ରୱାଲ ସମ୍ପାଦକ ହମାଂଶୁ ଶେଖର ବରାଡ଼ ଉପଦେଷ୍ଟା ଈଶ୍ୱର ପୁଝରୀ, ଅଶୋକ କୁମାର ପଟ୍ଟନାୟକ, ଉଦ୍ଧବ ସାହୁ, ବରିଷ୍ଠ ସଦସ୍ୟ ସରୋଜ ପଣ୍ଡା, ରଞ୍ଜନ ଜାଲ ଓ ମା ଲଙ୍କେଶ୍ୱରୀ କ୍ଲବ ତରଫରୁ ସଭାପତି ରାଜା ମହାଳିକ, ଲୋକେଶ ନାଏକ, ସଂଜୀବ ନାଏକ, ଗୋବିନ୍ଦ ଚଳାନ ପ୍ରମୁଖ ଅଂଶ ଗ୍ରହଣ କରି ଆଲୋଚନା ରେ ଭାଗ ନେଇଥିଲେ l କଳାହାଣ୍ଡି ମହାରାଜଙ୍କୁ ଭବ୍ୟ ସ୍ବାଗତ କରିବା ପାଇଁ ମଧ୍ୟ ଆଲୋଚନା ହୋଇଥିଲା l ସଭା ଶେଷରେ ବରିଷ୍ଠ ଉପଦେଷ୍ଟା ଈଶ୍ୱର ପୂଝରୀ ଧନ୍ୟବାଦ ଦେଇଥିଲେ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.