ଆମ ସାଥିରେ ଚାରିଟେବୁଲ ଆସୋସିଏସନ ପକ୍ଷରୁ ସାମ୍ବାଦିକ ଉଗ୍ରସେନ ସମ୍ବର୍ଦ୍ଧିତ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): କଟକ ସ୍ଥିତ ଟାଉନହଲ ଠାରେ ଆମ ସାଥିରେ ଚାରିଟେବୁଲ ଆସୋସିଏସନ୍ ପକ୍ଷରୁ ଗୁରୁଦିବସ ପାଳିତ ହେବା ସହ ପ୍ରତିଭା ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି l ଆମ ସାଥିରେ ପ୍ରତିଷ୍ଠାତ୍ରୀ ଦେବଶ୍ରୀ ଛାଟୋଇ ଏବଂ ସଭାପତି ପ୍ରଦୀପ୍ତ କୁମାର ନାୟକ ଙ୍କ ଅଧ୍ୟକ୍ଷତାରେ କଟକ ଟାଉନହଲ୍ ଠାରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ଡ. ଅଭୟ ରଞ୍ଜନ ପଟ୍ଟନାୟକ, ଡା. ଆଲୋକ ସାହୁ, ମୁଖ୍ୟ ଅତିଥି ଭାବେ କଟକ ବିଜେପି ମହିଳା ମୋର୍ଚ୍ଚା ନେତ୍ରୀ ସ୍ମୃତି ପଟ୍ଟନାୟକ, ମୁଖ୍ୟବକ୍ତା ବିଶ୍ୱଜିତ୍ ସୂର୍ଯ୍ୟବଂଶୀ, ଅତିଥି ମଧୁସ୍ମିତା ବାରିକ, ସୁରେଶ ମହାନ୍ତି, ସମାଜସେବୀ କାନ୍ତା ରାଓ ପ୍ରମୁଖ ଯୋଗଦେଇଥିଲେ l ଓଡିଶାର ବିଭିନ୍ନ ଅଞ୍ଚଳରୁ ଆସିଥିବା ସମାଜକୁ ଭଲ ପାଉଥିବା ବ୍ୟକ୍ତି ତଥା ସାମାଜିକ ଅନୁଷ୍ଠାନ ମାନଙ୍କୁ ଉକ୍ତ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି ଅବସରରେ ସୁବର୍ଣ୍ଣପୁରର ସାମ୍ବାଦିକ ଉଗ୍ରସେନ କର୍ମୀ ଙ୍କୁ ଆମ ସାଥିରେ ପକ୍ଷରୁ ଟ୍ରଫି ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଛି l କାର୍ଯ୍ୟକ୍ରମକୁ ଟ୍ରଷ୍ଟି ପ୍ରେମାନନ୍ଦ ପରିଡ଼ା, ଜଗନ୍ନାଥ ସ୍ବାଇଁ, ଦିଲୀପ ଗିରି, ବିବେକାନନ୍ଦ ଦଳେଇ ପ୍ରମୁଖ ସମ୍ପାଦନ କରିଥିଲେ l କୁନି କୁନି ଝିଅ ମାନଙ୍କ ଦ୍ୱାରା ଓଡିଶୀ, ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା ବେଳେ ଶେଷରେ ଶିଶିର ରଥ ଧନ୍ୟବାଦ୍ ଅର୍ପଣ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.