ନିଆରା ଢଙ୍ଗରେ ଜନ୍ମଦିନ ପାଳନ କଲେ ଦୁର୍ଗା ପ୍ରସାଦ ନାୟକ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ସମାଜସେବୀ ଦୁର୍ଗା ପ୍ରସାଦ ନାୟକ ଆଜି ସେ ନିଜେ ପଢ଼ିଥିବା ବିଦ୍ୟାଳୟରେ ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟିତ୍ରୀଙ୍କ ଉପସ୍ଥିତିରେ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ସେ ଜୁନାଗଡ଼ ହାଇସ୍କୁଲରେ ୨୦୨୪-୨୫ ମସିହାର ମାଟ୍ରିକ୍ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ନିଜ ଭଉଣୀ ଆଦ୍ୟାସା ସାହୁଙ୍କୁ ଆର୍ଥିକ ସହାୟତା ଭାବେ ୧୦,୦୦୦ ଟଙ୍କା ଦାନ କରିଛନ୍ତି। ସେହିପରି ଖେଳପଡ଼ିଆ ଓ ପୁରୁଣା ଛାତ୍ର କାର୍ଯ୍ୟାଳୟ ମରାମତି ପାଇଁ ‘ପଞ୍ଚ ସଖା ଶିକ୍ଷାସେତୁ’ ଯୋଜନାକୁ ୧,୧୧,୦୦୦ ଟଙ୍କା ଦାନ କରିଛନ୍ତି। ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ମିଠା ବଣ୍ଟନ କରାଯାଇଥିଲା। ତାଙ୍କ ଜନ୍ମଦିନ ତାଲବନ୍ଧପଡ଼ା ୟୁପି ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ମଧ୍ୟରେ ମଧ୍ୟ ଉତ୍ସାହର ସହ ପାଳନ ହୋଇଥିଲା। ଏହାସହ ତାଙ୍କ ବାପା ସ୍ବର୍ଗତ ଗଣପତି ନାଏକଙ୍କ ସ୍ମୃତି ଉଦ୍ଧେଶ୍ୟରେ ଖୋଲାଯାଇଥିବା ତାଲବନ୍ଧପଡ଼ା ସ୍ଥିତ ସାବିତ୍ରୀ ବାଇ ଫୁଲେ ପାଠଶାଳାର ଛୋଟ ଭାଇଭଉଣୀମାନଙ୍କ ସହ ତାଙ୍କ ଜନ୍ମଦିନ ପାଳନ କରିଥିଲେ। ଶେଷରେ ସେ କଳାହାଣ୍ଡି ବଙ୍କା ସମାଜର ଜିଲ୍ଲା ସଭାପତି ଓ ଅନ୍ୟ ସଦସ୍ୟମାନଙ୍କ ସହ ମଧ୍ୟ ନିଜ ଜନ୍ମଦିନ ପାଳନ କରିଥିଲେ। ଜନ୍ମଦିନରେ ମିଳିଥିବା ଭଲପାଇବା, ଆଶୀର୍ବାଦ, ଶୁଭେଚ୍ଛା ଓ ଅଭିନନ୍ଦନ ପାଇଁ ସେ ହୃଦୟରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.