ସରିଆଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପକ୍ଷରୁ ଶିକ୍ଷା ସଚେତନ ଶୋଭାଯାତ୍ରା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ସରିଆଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ଶିକ୍ଷା ସଚେତନ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗ୍ରାମର ଆଦ୍ୟୋ ପାଠ ପଢି ନଥିବା କିମ୍ବା ପାଠ ଭୁଲି ଯାଇଥିବା ପନ୍ଦର ବର୍ଷରୁ ଅଧିକ ବୟସର ପୁରୁଷ କିମ୍ବା ମହିଳା ମାନଙ୍କୁ ଉଲ୍ଲାସ ଶିକ୍ଷା ବ୍ୟବସ୍ଥାରେ ସାମିଲ କରି ସାକ୍ଷର କରିବା ଏହି ଜାତୀୟ କାର୍ଯ୍ୟକ୍ରମର ଲକ୍ଷ୍ୟ ଅଟେ। ନର୍ଲା ବ୍ଲକ ଶିକ୍ଷା ଅଧିକାରୀ ତପିମଣୀ ଜାନୀଙ୍କ ମାର୍ଗଦର୍ଶନରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଟଙ୍କଧର ସାହାଙ୍କ ତତ୍ତ୍ୱବଧାନରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ତଥା ଛାତ୍ର ଛାତ୍ରୀ, ବିଦ୍ୟାଳୟ ପରିଚାଳନା କମିଟୀର ସଭ୍ୟ ସଭ୍ୟା ସମେତ ବିଭିନ୍ନ ପ୍ଲା କାର୍ଡ ସହିତ ଶିକ୍ଷା ସଚେତନତା ସ୍ଲୋଗାନ ଦେଇ ଏକ ବିଶାଳ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ। ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ମାଧ୍ୟମରେ ପନ୍ଦର ବର୍ଷରୁ ଉର୍ଦ୍ଧ ସମସ୍ତଙ୍କୁ ସର୍ଭେ ମାଧ୍ୟମରେ ଚି଼ହ୍ନଟ କରାଯାଇ ସ୍ବେଛାସେବୀ ସହାୟକଙ୍କ ଦ୍ୱାରା ଶିକ୍ଷାଦାନର ବ୍ୟବସ୍ଥା କରାଯାଇ ସାକ୍ଷର କରିବା ପାଈଁ ପ୍ରୟାସ କରାଯାଇଛି। କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ଶିକ୍ଷକ ବଳଭଦ୍ର ହରିଜନ, କିଶୋର ତ୍ରିପାଠୀ, ବାସୁଦେବ ବାଗ ଓ କୁବେର ସାହୁ ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.