ଲାଞ୍ଜିଗଡ ବ୍ଲକରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ପରିସରରେ ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ଆନୁକୁଲ୍ୟରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି।ଆୟୋଜିତ ଶିବିର ବିଡିଓ ଶଶାଙ୍କ ପାତ୍ରଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥିଭାବେ ଲାଞ୍ଜିଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷା କମଳା ପାତ୍ର ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷ ସଂଜୀବ କୁମାର ନାୟକ,ପାହାଡ଼ ପଦର ସମିତି ସଭ୍ୟ ଜଗଦିଶ ବେନିଆ,କାନକୁଟ୍ରୁ ସମିତି ସଭ୍ୟ ମନୋହର ହରପାଳ, ସାଂସଦ ପ୍ରତିନିଧି ଭାଗିରଥି ଧଙ୍ଗଡା ମାଝୀ,ଯୁବ ସମାଜସେବୀ ନରେନ୍ଦ୍ର ବେହେରା,ଲାଞ୍ଜିଗଡ ପୂର୍ବତନ ସାଂସଦ ପ୍ରତିନିଧି ଲକ୍ଷ୍ମୀ ଧର ସନ୍ତୋଷ ରାଏ ପ୍ରମୁଖ ମଞ୍ଚାସିନ ଥିଲେ। ଶିବିରକୁ ଆସିଥିବା ସମସ୍ତ ଭିନ୍ନଭିନ୍ନ ଭାଇଭଉଣୀଙ୍କୁ ଆଶ୍ଵସନା ଦେବା ସହିତ ସରକାରୀ ସୁବିଧାର ସୁଯୋଗ ନେବା ପାଇଁ ସମସ୍ତ ଯୋଜନା ଉପରେ ଆଲୋକପାତ କରିଥିଲେ। ଉକ୍ତ ଶିବିରରେ ଅସ୍ଥିଶଲ୍ୟ ଡ଼. ଅଶ୍ଵିନୀ କୁମାର ସାହୁ,ଫିଜିଓ ଥେରୋଟିକ ଡ. ଅନନ୍ତ ଚରଣ ମେହେର,ଇଏନଟି ପ୍ରଦ୍ୟୁମୁନ୍ୟ କିଶୋର ପଣ୍ଡା, ବିଶ୍ଵନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଚିକିତ୍ସା ଅଧିକାରୀ ଡ଼. ଭବାନୀ ଶଙ୍କର ଲେଙ୍କା, ଡ଼. ନରେନ୍ଦ୍ର ନାଥ ଦାସ ସମେତ ସମସ୍ତ ବିଭାଗୀୟ ଡାକ୍ତର ଉପସ୍ଥିତ ରହି ଭିନ୍ନଭିନ୍ନ ରୋଗୀଙ୍କୁ ଚିକିତ୍ସା ସହିତ ପରାମର୍ଶ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ସାମ୍ବାଦିକ ଗୋପାଳ ଦାସ ମହାନନ୍ଦ ପରିଚାଳନା କରିଥିବା ବେଳେ ଶିବିରର ସମସ୍ତ କାର୍ଯ୍ୟକୁ ସାମାଜିକ ସୁରକ୍ଷା ଅଧିକାରୀ ଅରବିନ୍ଦ ମହାପାତ୍ର ଓ ବ୍ଲକର ସମସ୍ତ ଅଧିକାରୀ, କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ। ଶିବିରରେ ବିଭିନ୍ନ ପଞ୍ଚାୟତରୁ ସରପଂଚ, ସମିତି ସଭ୍ୟ /ସଭ୍ୟା, ଆଶା ,ଅଙ୍ଗନୱାଡ଼ି କର୍ମୀ ନିଜ ନିଜ ପଞ୍ଚାୟତର ଭିନ୍ନକ୍ଷମ ମାନଙ୍କୁ ଶିବିରକୁ ପହଞ୍ଚାଇବା ପାଇଁ ସହଯୋଗ କରିଥିଲେ। ତେବେ ଏହି ଶିବିରରେ ଅସ୍ଥିଶଲ୍ୟ ୧୭୫ ଜଣ, ଶ୍ରବଣ ୯୧ ଜଣ, ଚକ୍ଷୁ ୫୬ ଜଣ, ମସ୍ତିଷ୍କ ୨୪ ଜଣ ଏବଂ ଅନ୍ୟାନ୍ୟ ୩୧ ଜଣ ସମେତ ମୋଟ ୩୭୭ ଜଣ ଭିନ୍ନକ୍ଷମ ପଞ୍ଜିକୃତ କରିଥିଲେ। ଏହି ଶିବିରରେ ୨ଟି ହୁଇଲ ଚେୟାର, ୧ଟି ଆଶାବାଡି ଏବଂ ୩୫ଟି ଭିନ୍ନକ୍ଷମ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା। ଏହା ବ୍ୟତୀତ ଜୁନାଗଡ଼ ନେତ୍ର ଚିକିତ୍ସାଳୟ ଲେପ୍ରା ସୋସାଇଟି ଓ ସାଇଟ ସେଭର ଇଣ୍ଡିଆ ସଂଘ ତରଫରୁ ମାଗଣାରେ ଚକ୍ଷୁ ପରୀକ୍ଷା କରିବା ସହ ଚଷମା ମଧ୍ୟ ବଣ୍ଟନ କରାଯାଇଥିଲା।ଏଥିରେ ଶିକ୍ଷକ,ଶିକ୍ଷୟିତ୍ରୀ,ସ୍କୁଲ ଛାତ୍ରଛାତ୍ରୀମାନେ ମଧ୍ୟ ଉପସ୍ଥିତ ରହି ବିଶେଷ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.