ମାଁ ମାଣିକେଶ୍ଵରୀ ବିଶ୍ବ ବିଦ୍ୟାଳୟର ପ୍ରେରଣାଦାୟୀ ବକ୍ତୃତାମାଳା : ଉତ୍ତିଷ୍ଠତରେ “ପ୍ରାଥମିକ ସହାୟତା, ଜୀବନର ଆବଶ୍ୟକତା”

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ମାଁ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟ ଆନୁକୁଲ୍ୟରେ ପ୍ରେରଣାଦାୟୀ ନିରବଚ୍ଛିନ୍ନ ବକୃତାମାଳା “ଉତ୍ତିଷ୍ଠତ” ର ୨୨୭ତମ ଅଧ୍ୟାୟ ଅନୁଷ୍ଠିତ ହୋଇଯାଇଛି।

ବିଶ୍ଵ ପ୍ରାଥମିକ ସହାୟତା ଦିବସ ପାଳନ ଉପଲକ୍ଷେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର ନିବେଦିତା ନାଥ ସଭାପତିତ୍ବ କରିଥିଲେ। ନିମନ୍ତ୍ରିତ ବକ୍ତା ଭାବେ ରାଜ୍ୟ ଯୁବ ରେଡକ୍ରସ୍ ର ପ୍ରାଥମିକ ସହାୟତା ପ୍ରଶିକ୍ଷକ ପ୍ରାଧ୍ୟାପକ ବି. ଗୋବିନ୍ଦ ରାଓ ଯୋଗଦେଇ ଦୁର୍ଘଟଣା ସମୟରେ ପ୍ରାଥମିକ ଚିକିତ୍ସା ମାଧ୍ୟମରେ ଆହତ ବ୍ୟକ୍ତିଙ୍କର କିପରି ଅମୂଲ୍ୟ ଜୀବନ ବଞ୍ଚାଯାଇପାରିବ ସେହି ବିଷୟରେ ଆଲୋଚନା କରିବା ସହ ପ୍ରତ୍ୟେକ ବ୍ୟକ୍ତି ଉପଯୁକ୍ତ ପ୍ରଶିକ୍ଷକ ନିକଟରୁ ପ୍ରାଥମିକ ସହାୟତାର ସବିଶେଷ ତାଲିମ ନେବା ଉପରେ ଗୁରୁତ୍ବ ପ୍ରଦାନ କରିଥିଲେ।

ଆବାହକ ମେଜର ଡ. ଜୟଦେବ ସାହୁଙ୍କ ଆବାହକତ୍ବରେ ଆୟୋଜିତ ଏହି ଆଭାସୀ ବକୃତା ମାଳାରେ ସୁଶ୍ରୀ ଲିପ୍ସା ମହାରଣା ସ୍ବାଗତ ସଂଗୀତଗାନ କରିଥିଲେ ।

ଅଧ୍ୟାପକ ଶାନ୍ତନୁ କୁମାର ପରିଡ଼ା କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଅଧ୍ୟାପକ ମୋହନ ଚରଣ ବିଷି ନିମନ୍ତ୍ରିତ ବକ୍ତାଙ୍କ ପରିଚୟ ପ୍ରଦାନ କରିଥିଲେ ।

ସୁଶ୍ରୀ ନେହା ରଥ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନେକ ବୁଦ୍ଧିଜୀବୀ,ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.