ଓଡ଼ିଶା ସରକାରଙ୍କ ଦ୍ଵାରା ଇନ୍ଦ୍ରାବତୀ ଫିସ ବ୍ରାଣ୍ଡ ପାଇଁ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ; ସ୍ୱଦେଶୀ ଜାଗରଣ ମଞ୍ଚ ଓ ସ୍ୱାବଲମ୍ବୀ ଭାରତ ଅଭିଯାନ କଳାହାଣ୍ଡି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସ୍ୱଦେଶୀ ଜାଗରଣ ମଞ୍ଚ ଓ ସ୍ୱାବଲମ୍ବୀ ଭାରତ ଅଭିଯାନ, କଳାହାଣ୍ଡି ପକ୍ଷରୁ ଜିଲ୍ଲା ସମନ୍ୱୟକ ପ୍ରତୀକ ଯୋଷୀଙ୍କ ପକ୍ଷରୁ ଇନ୍ଦ୍ରାବତୀ ଫିସ୍ ବ୍ରାଣ୍ଡ ପାଇଁ ଏକ ପ୍ରସ୍ତାବ ଦିଆଯାଇଥିଲା। ଏ ପ୍ରସଙ୍ଗକୁ ଗୁରୁତ୍ଵ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଇନ୍ଦ୍ରାବତୀ ବୃହତ୍ ଜଳ ଭଣ୍ଡାରରେ ମାଛକୁ ନେଇ ବିଭିନ୍ନ ନିଯୁକ୍ତି ସୃଷ୍ଟି ସହିତ ଫିସ୍ ବ୍ରାଣ୍ଡକୁ ଗୁରୁତ୍ଵ ବହନ କରି ଏ ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମଞ୍ଚ ଓ ଅଭିଯାନ ପକ୍ଷରୁ ଏ ସମ୍ପର୍କିତ ଏକ ପ୍ରସ୍ତାବ ସର୍ବସମ୍ମତି କ୍ରମେ ଗୃହୀତ ହେବା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶା ସରକାରଙ୍କୁ ଅନୁରୋଧ କରାଯାଇଥିଲା ଯାହାକୁ ୧୧ ସେପ୍ଟେମ୍ବର ୨୦୨୫ ରେ ମୁଖ୍ୟମନ୍ତ୍ରୀ ଏ ଦିଗରେ ଏକ ଦୃଢ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଯାହା ଦ୍ଵାରା ୧୦ ହଜାର ଲୋକଙ୍କ ଆତ୍ମନିର୍ଭରତା ସହିତ ନୂତନ ନିଯୁକ୍ତି ସୃଷ୍ଟି କରିବ। ଆଜି ମଞ୍ଚ ଓ ଅଭିଯାନର ଏକ ବୈଠକରେ ଶ୍ରୀ ଯୋଷୀଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କୁ ମଞ୍ଚ ଓ ଅଭିଯାନ ପକ୍ଷରୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ମନୋଜ କୁମାର ନାୟକ, ବିଭାଗ ସଂଯୋଜକ ନକୁଳ ନାୟକ, ଜିଲ୍ଲା ସଂଯୋଜକ ଗଜିନ୍ଦ୍ର ଡାକୁଆ, ପ୍ରାନ୍ତ ପରିଷଦ ସଦସ୍ୟ କୈଶବ ବିହାରୀ, ଜିଲ୍ଲା ପୂର୍ଣ୍ଣକାଳୀନ ଧର୍ମେନ୍ଦ୍ର ବାହୁକ, ମହିଳା ପ୍ରମୁଖ ଜୟନ୍ତୀ ନାଏକ, ସହ ମହିଳା ପ୍ରମୁଖ ଚନ୍ଦ୍ରକାନ୍ତି ମିର୍ଦ୍ଧା ପ୍ରମୁଖ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.