ପଞ୍ଚାୟତ ସମିତି ଡିଗ୍ରୀ କଲେଜ ନର୍ଲା ଠାରେ ଏନଏସଏସ ତରଫରୁ ମେଗା ପ୍ଲାଣ୍ଟେସନ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ଠାରେ ଏନଏସଏସ ତରଫରୁ ମେଗା ପ୍ଲାଣ୍ଟେସନ ଡ୍ରାଇଭ- ୨୦୨୫ କାର୍ଯ୍ୟକ୍ରମ ପ୍ରିଂସ୍ପାଲ ନାରାୟଣ ପ୍ରସାଦ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଅଧ୍ୟକ୍ଷ ଶ୍ରୀ ନାୟକ “ମାଟି ମାଁ ପାଇଁ” ଗୋଟିଏ ଗଛ ଲଗାଇବା ଆମର କର୍ତ୍ତବ୍ୟ ବୋଲି କହିଥିଲେ।ଏନଏସଏସ କାର୍ଯ୍ୟକ୍ରମ ଅଧିକାରୀ ସୁଶାନ୍ତ କୁମାର ସାହୁ ଗଛ ହେଉଛି ଆମର ପ୍ରକୃତ ବନ୍ଧୁ, ଭବିଷ୍ୟତର ପରିବେଶ ସନ୍ତୁଳନ ର ଭୟାବହତା କୁ ବିଚାର ନକରି ଆମେ ବୃକ୍ଷ ହାଣି ଚାଲିଛୁ। ଜଙ୍ଗଲ ନଷ୍ଟ କରୁଛୁ ବୋଲି ମାର୍ଗଦର୍ଶନ ଦେଇଥିଲେ। ଇଂରାଜୀ ଅଧ୍ୟାପିକା ବାସନ୍ତୀ ସାହୁ ଗଛ ସଂପର୍କରେ ଏକ ସୁନ୍ଦର ସ୍ଵରଚିତ କବିତା ପାଠ କରି ସଚେତନ ର ବାର୍ତ୍ତା ଦେଇଥିଲେ। ଏଥିରେ ଅଧ୍ୟାପକ ରମେଶ ଚନ୍ଦ୍ର ଘଡେ଼ଇ, ଅଧ୍ୟାପକ ମୃତ୍ୟୁଞ୍ଜୟ ଚାନ୍ଦ, ଅଧ୍ୟାପିକା ଶ୍ରୀମତୀ ସଂଘମିତ୍ରା ପଣ୍ଡା, ଶାରୀରିକ ଶିକ୍ଷକ କ୍ଷୀତିଶ କୁମାର ବଗର୍ତ୍ତୀ, ଶ୍ରୀମତୀ ପାର୍ବତୀ ଦାସ ଉପସ୍ଥିତ ଥିଲେ। ଶେଷରେ ଚପଟଖଣ୍ଡା ସ୍ଥିତ ନବ ନିର୍ମିତ ଡିଗ୍ରୀ କଲେଜ ଭବନ ପରିସରରେ ଏନଏସଏସ ସ୍ବେଚ୍ଛାସେବୀ ମାନେ ୧୫୦ ଗୋଟି ବୃକ୍ଷ ରୋପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.