ନର୍ଲାରେ ବ୍ଲକସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପଞ୍ଚାୟତ ସମିତି ନୋଡାଲ ହାଇସ୍କୁଲ, ନର୍ଲା ଠାରେ ବ୍ଲକ ସ୍ତରୀୟ ଵିଜ୍ଞାନ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି । “କ୍ଵାଣ୍ଟମ ଯୁଗର ଆରମ୍ଭ- ଆମପାଇଁ ସମ୍ଭାବନା ଓ ଆହ୍ୱାନ” ଶୀର୍ଷକ ଆଲୋଚନା ଚକ୍ର ରେ ବିଭିନ୍ନ ବିଦ୍ୟାଳୟରୁ ୨୫ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ । କାର୍ଯ୍ୟକ୍ରମ ରେ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟାପକ ସନ୍ତୋଷ କୁମାର ବୁଦ୍ଧିଆ ମୁଖ୍ୟଅତିଥି ଓ ମାଉଣ୍ଟେନ ୟୁଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟାପକ ଦେବିଲାଲ ନାଏକ ସମ୍ମାନିତ ଅତିଥି ଭାବେ ଯୋଗ ଦେବା ସହ ପ୍ରତିଯୋଗୀ ମାନଙ୍କର ମୂଲ୍ୟାୟନ ମଧ୍ୟ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସସ୍ମିତା ସୁନାମୁଦି ସ୍ୱାଗତ ଅଭିଭାଷଣ ଓ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ସନ୍ତୋଷ କର କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏହି ଆଲୋଚନା ଚକ୍ର ରେ ବୁଦେଲଗୁମା ହାଇସ୍କୁଲ ର ପ୍ରୀତିମୟୀ ମହାନନ୍ଦ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲା ସ୍ତରକୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ପଞ୍ଚାୟତ ସମିତି ନୋଡାଲ ସ୍କୁଲର ପିଣ୍ଟୁ ପ୍ରଧାନ ଦ୍ଵିତୀୟ ଓ ରୁପ୍ରାରୋଡ଼ ହାଇସ୍କୁଲ ର ସନ୍ତୋଷ ପରିଚ୍ଛା ତୃତୀୟ ସ୍ଥାନ ଅଧିକାର କରିଛନ୍ତି। କାର୍ଯ୍ୟକ୍ରମ ପରିଚାଳନାରେ କୁବେର ନାଏକ, ଜେ ଫାଲ୍ଗୁନି ରାଓ ଓ ଅଂଶୁମାନ ବୁଦ୍ଧିଆ ପ୍ରମୁଖ ସହଯୋଗ କରି ଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.