ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟରେ ପାଳିତ ହେଲା ବିଶ୍ୱ ଓଜନ ଦିବସ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସ୍ଥିତ ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟରେ ବିଶ୍ୱ ଓଜନ ଦିବସ-୨୦୨୫ ପାଳିତ ହୋଇଯାଇଛି। ବିଶ୍ୱ ତାପାୟନ ଓ ପରିବର୍ତ୍ତିତ ପାଣିପାଗକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ, ଓଡିଶା ସରକାର ସଚେତନତା ସୃଷ୍ଟି କରିବା ଦିଗରେ ଗୁରୁତ୍ୱ ଆରୋପ କରି ଏହି ବିଶ୍ୱ ଓଜନ ଦିବସର ଆଭିମୁଖ୍ୟ ଓ ଗୁରୁତ୍ୱ ଉପରେ ବିଭିନ୍ନ କାର୍ଯ୍ୟକ୍ରମର ପରାମର୍ଶ ପ୍ରଦାନ କରିଛନ୍ତି। ମହାବିଦ୍ୟାଳୟର ଅଧ୍ୟକ୍ଷ ପରମେଶ୍ୱର ମୁଣ୍ଡ ଏହି ବର୍ଷର ଆଭିମୁଖ୍ୟ “ଆନ୍ତରିକତାରୁ ବିଶ୍ୱ କାର୍ଯ୍ୟକ୍ରମ” ଉପରେ ମତ ରଖିଥିଲେ। ଅଧ୍ୟାପକ ଶୁଭେନ୍ଦୁ କୁମାର ପାଢୀ, ପ୍ରତାପ ଚନ୍ଦ୍ର ଦାଶ, ଶୁଶାନ୍ତ କୁମାର ଦାଶ, ନାଦନୀନ ସୁଲତାନା, ଦୀନବନ୍ଧୁ ନାଗ ଆଦି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏନ୍‌ଏସ୍‌ଏସ୍ ଓ ଏନ୍‌ସିସି ସ୍ୱେଚ୍ଛାସେବୀମାନେ ମଧ୍ୟ ଏଥିରେ ଅଂଶଗ୍ରହଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.