କାର୍ଯ୍ୟରତ ଗ୍ରାମାଞ୍ଚଳ ସାମ୍ବାଦିକ ସଂଘର ନୂଆଖାଇ ଭେଟଘାଟ ଓ ଦୁର୍ନୀତି ମୁକ୍ତ ସମାଜ ଗଠନରେ ସାମ୍ବାଦିକଙ୍କ ଭୂମିକାକୁ ନେଇ ଆଲୋଚନାଚକ୍ର 

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ କୁସୁମଖୁଣ୍ଟି ଡାକ ବଙ୍ଗଳାଠାରେ ମଙ୍ଗଳବାର କାର୍ଯ୍ୟରତ ଗ୍ରାମାଞ୍ଚଳ ସାମ୍ବାଦିକ ସଂଘ ପକ୍ଷରୁ ନୂଆଁଖାଇ ଭେଟଘାଟ ଓ ଦୁର୍ନୀତି ମୁକ୍ତ ସମାଜ ଗଠନରେ ସାମ୍ବାଦିକଙ୍କ ଗୁରୁତ୍ୱ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି।

ସାମ୍ବାଦିକ ନିକୁଞ୍ଜ ଚଲାନଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ବରିଷ୍ଠ ସାମ୍ବାଦିକ ତଥା ଗବେଷକ ସତ୍ୟନାରାୟଣ ମହାପାତ୍ର ମୁଖ୍ୟବକ୍ତା, ବରିଷ୍ଠ ସାମ୍ବାଦିକ ରଜନୀ ମିଶ୍ର, ଜଗମୋହନ ପଟ୍ଟନାୟକ, ନରେନ୍ଦ୍ର କ୍ଷତି ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଗଣତନ୍ତ୍ର ରାଷ୍ଟ୍ରରେ ଗଣମାଧ୍ୟମର ଭୂମିକା ଓ ଦୁର୍ନୀତି ମୁକ୍ତ ସମାଜ ଗଠନ ପାଇଁ ସାମ୍ବାଦିକଙ୍କ କର୍ତ୍ତବ୍ୟ ଓ ମୂଲ୍ୟବୋଧ ଉପରେ ବକ୍ତବ୍ୟ ରଖିଥିଲେ l

ଏହି କ୍ରମରେ ସଙ୍ଘ ପକ୍ଷରୁ ସାମ୍ବାଦିକଙ୍କ ଉଲ୍ଲେଖନିୟ କାର୍ଯ୍ୟ ଦକ୍ଷତା ଯୋଗୁଁ ଗଣେଶରାମ ବାଗ, ଶୋଭିତ ଗାନ୍ଧୀ, ହିରଣ୍ୟ ବେହେରା, ଶର୍ମିଷ୍ଠା ଯୋଶୀ, ଚିତ୍ରସେନ ବାଗ, ଗଜିନ୍ଦ୍ର ନାଗ କାମେଶ ରଞ୍ଜନ ନାଗ, ପ୍ରମୁଖ ୧୦ ଜଣ ବିଭିନ୍ନ ବ୍ଳକରୁ ସାମ୍ବାଦିକଙ୍କୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।

ସଭାକାର୍ଯ୍ୟ ଆରମ୍ଭ ପୂର୍ବରୁ ଦିବଂଗତ ସାମ୍ବାଦିକ ରମେଶ ବେହେରାଙ୍କ ସ୍ମୃତି ଉଦ୍ଧେଶ୍ୟରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। କାର୍ଯ୍ୟକ୍ରମକୁ ରଞ୍ଜନ ସାହୁ ସଂଯୋଜନା କରିଥିବାବେଳେ ସାମ୍ବାଦିକ ଗଣେଶ ରାମ ବାଗ ଧନ୍ୟବାଦ ଅର୍ପଣ କରିଥିଲେ।

କାର୍ଯ୍ୟକ୍ରମରେ ସାମ୍ବାଦିକ ରଜନୀକାନ୍ତ ଛତ୍ରିଆ, ହରିହର ଛତ୍ରିଆ, ଟୁନା ବିହାରୀ, ଚକ୍ରଧର ବେଶ୍ରା, ଜଗଦୀଶ ନାଏକ, ମହାଦେବ ଖଣ୍ଡୁଆଲ, ପରମାନନ୍ଦ ଛତ୍ରିଆ, ପ୍ୟାରିଲାଲ ଦୁର୍ଗା ପ୍ରମୁଖ ସହଯୋଗ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.