ପୁଣି ଜିଲ୍ଲାସ୍ତରୀୟ କ୍ରୀଡାରେ ବାଜିମାରିଲେ ନାରାୟଣପୁର ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା ବିଷମକଟକ ସରକାରୀ ଉଚ୍ଚ ବିଦ୍ୟାଳୟ ମିନି ଖେଳ ପଡ଼ିଆରେ ଦୁଇ ଦିନ କାଳ ଚାଲିଥିବା ଜିଲ୍ଲା ସ୍ତରୀୟ ବିଦ୍ୟାଳୟସମୂହ କ୍ରୀଡ଼ା ପ୍ରତିଯୋଗିତାରେ କଲ୍ୟାଣସିଂହପୁର ବ୍ଲକ ନାରାୟଣପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନରତ ଥୁ:ରାମପୁର ବ୍ଲକ କୋଡ଼ରୁମାଲି ଗ୍ରାମ ବାସିନ୍ଦା ରୁପସିଂ ମାଝି ଙ୍କ ପୁତ୍ର ଦୈତାରୀ ମାଝି ଓ ସଦର ନାରାୟଣପୁର ଗ୍ରାମର ଅର୍ଜୁନ ମିଣିଆକାଙ୍କ ଝିଅ ଦୀପିକା ମିଣିଆକା ରେକଡ଼ ସୃଷ୍ଟି କରୀ ଜିଲ୍ଲା ସ୍ତରରୁ ମୋନନିତ ହୋଇ ରାଜ୍ୟ ସ୍ତରୀୟ କ୍ରୀଡ଼ାରେ ଯୋଗଦେବେ | ପ୍ରକାଶ ଥାଉକି ପୂର୍ବରୁ ଏହି ଦୁଇ ଜଣ ଛାତ୍ର ଛାତ୍ରୀ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଦୌଡ଼କୁଦରେ ପ୍ରଥମ ସ୍ଥାନ ଅଧିକାରକରୀ ଜିଲ୍ଲା ସ୍ତରୀୟ ଖେଳ ନିମନ୍ତେ ମନୋନୀତ ହୋଇଥିଲେ | ଦୈତାରୀ ପର୍ଯ୍ୟାୟ କ୍ରମେ ୧୦୦, ୨୦୦, ୪୦୦ ଓ ୭୦୦ ମିଟର ଦୌଡ଼ ଓ ଯୋଗାସନରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦୀପିକା ୪୦୦ ମିଟର ଦୌଡ଼ରେ ବାଜି ମାରି ଆସନ୍ତା ନଭେମ୍ବର ମାସର ୧୧ ତାରିଖରେ ବାଲେଶ୍ୱର ଠାରେ ହେବାକୁ ଥିବା ରାଜ୍ୟ ସ୍ତରୀୟ କ୍ରୀଡ଼ାରେ ଯୋଗଦେବେ | ଏହି କୃତିତ୍ୱ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଚୁମକି ପାଣି ଓ କ୍ରୀଡା ଶିକ୍ଷକ ସ୍ୱାଧୀନ କୁମାର ଦାସ ଙ୍କ ଅକ୍ଲାନ୍ତ ପରିଶ୍ରମର ଫଳ ବୋଲି ଉଭୟ ଛାତ୍ର ଛାତ୍ରୀ କହିଛନ୍ତି | ଏହି ପ୍ରତିଯୋଗିତାରେ ଦୁଇ ଦିନ କାଳ ଦୌଡ଼ କୁଦ ସହ କବାଡ଼ି, ସଟ୍ ଫୁଟ୍, ଲମ୍ବ ଡ଼ିଆଁ, ଉଚ୍ଚ ଡ଼ିଆଁ ଭଳି ଖେଳ ଗୁଡ଼ିକ ଆୟୋଜିତ ହୋଇଥିଲା | ଉଭୟ କ୍ରୀଡ଼ାବିତ୍ତଙ୍କୁ ରାୟଗଡ଼ା ଜିଲ୍ଲା ବାସି ଭୁରି ଭୁରି ପ୍ରଶଂସା କରିବା ସହ ଅଭିନନ୍ଦନ ଜଣାଇଛନ୍ତି |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.