ଶାରଦୀୟ ଦୁର୍ଗା ପୂଜା, ରାବଣ ପୋଡ଼ି ଓ ଭସାଣି ପର୍ବ ପାଇଁ ବାଲେଶ୍ଵରରେ ଅନୁଷ୍ଠିତ ହେଲା ଶାନ୍ତି କମିଟି ବୈଠକ

ଡିଜେ ଓ ଜିଗଜ୍ୟାଗ୍ ଆଲୋକ ଉପରେ ଲାଗିଲା ନିଷେଧାଦେଶ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନରେ ଜିଲ୍ଲାପାଳଙ୍କ ସଭାପତିତ୍ୱରେ ଶାରଦୀୟ ଦୁର୍ଗା ପୂଜା, ରାବଣ ପୋଡ଼ି ଓ ଭସାଣି ପର୍ବର ସୁଚାରୁ ରୂପେ ପରିଚାଳନା ନିମନ୍ତେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବାଲେଶ୍ଵର ବିଧାୟକ, ଡିଆଇଜି, ପୌରାଧ୍ୟକ୍ଷା, ଅତିରିକ୍ତ ଜିଲ୍ଲାପାଳ, ଉଭୟ ଉପ-ଜିଲ୍ଲାପାଳ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ବିଭିନ୍ନ ବିଭାଗର ଅଧିକାରୀ, ଶାନ୍ତି କମିଟି ସଦସ୍ୟ ଏବଂ ଆଖଡ଼ା ସଂଘର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଉପ-ଜିଲ୍ଲାପାଳ କାର୍ଯ୍ୟାଳୟରେ ସିଙ୍ଗଲ ୱିଣ୍ଡୋ ସିଷ୍ଟମ୍‌ ମାଧ୍ୟମରେ ୨୪, ୨୫ ଓ ୨୬ ସେପ୍ଟେମ୍ବର ତାରିଖରେ ଏନଓସି (NOC) ପ୍ରାପ୍ତ କରିପାରିବା ବିଷୟରେ ଅବଗତ କରାଯାଇଥିଲା। ଆଖଡ଼ା ପରମିଶନ, ତୋରଣ ଓ ମଣ୍ଡପ ସମ୍ବନ୍ଧୀୟ ନୀତି-ନିୟମ ସମ୍ପର୍କରେ ଡିଆଇଜି ଶ୍ରୀ ପିନାକ ମିଶ୍ର ବିସ୍ତୃତ ଅଲୋଚନା କରିଥିଲେ।  ଜିଲ୍ଲାପାଳ ଗତ ବର୍ଷ ଭଳି ଏଥର ମଧ୍ୟ ଶାରଦୀୟ ଉତ୍ସବକୁ ଆଡ଼ମ୍ବର ଓ ଶାନ୍ତି-ଶୃଙ୍ଖଳାର ସହିତ ପାଳନ କରିବାକୁ ଆହ୍ବାନ କରିଥିଲେ। ଡିଜେ ଓ ଜିଗ୍-ଜ୍ୟାଗ୍‌ ଆଲୋକରେ ଥିବା ନିୟନ୍ତ୍ରଣକୁ ନେଇ ସମସ୍ତ ଅଧିକାରୀ ପୁନରୁଚ୍ଚାରଣ କରିଥିଲେ। ମଣ୍ଡପରେ ସର୍ବାଧିକ ୪ଟି ସ୍ମଲ୍‌ ସ୍ପିକର ଲଗାଇବା ଏବଂ ଶବ୍ଦର ଉଚ୍ଚତାକୁ ନିୟନ୍ତ୍ରଣରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲ। ମଣ୍ଡପରେ ଆବଶ୍ୟକ ପ୍ରସ୍ଥାନ ଦ୍ୱାର ଓ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବା ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା। ଭସାଣି କାର୍ଯ୍ୟକ୍ରମରେ “first come first serve” ଭିତ୍ତିରେ ସିନେମା ଛକରେ ଯାନବାହନ ପ୍ରବେଶ ବ୍ୟବସ୍ଥା କରାଯିବ। ବାଲେଶ୍ଵର ବିଧାୟକ ସମସ୍ତଙ୍କୁ ନିୟମ-ନୀତି ମାନି ଭାଇଚାରା ଓ ସହୃଦୟତାର ସନ୍ଦେଶ ସହ ପର୍ବକୁ ଉପଭୋଗ କରିବାକୁ ଆହ୍ବାନ ଦେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.