ସ୍ନାତକ ମହିଳା ମହାବିଦ୍ୟାଳୟ ଧର୍ମଗଡ଼ରେ ମା ପାଇଁ ଗଛଟିଏ କାର୍ଯକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ଧର୍ମଗଡ଼ ସ୍ଥିତ ସ୍ନାତକ ମହିଳା ମହାବିଦ୍ୟାଳୟରେ ମା ପାଇଁ ଗଛଟିଏ କାର୍ଯକ୍ରମ ୨.୦ ସଫଳତାର ସହ ସମ୍ପନ୍ନ ହୋଇଛି।ମହାବିଦ୍ୟାଳୟର ଅଧ୍ୟକ୍ଷା ମୂର୍ତ୍ତି ମଞ୍ଜୁରୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ସଭା ଆୟୋଜିତ ହେଇଥିଲା। ଏଥିରେ ବୃକ୍ଷର ମହିମା ଉପରେ ଆଲୋକପାତ କରାଯାଇଥିଲା। ଏହି ସଭାରେ ଅଧ୍ୟାପିକା ଜୟନ୍ତୀ କୁମାରୀ ମୁଦୁଲି, ଅଧ୍ୟାପକ ସରୋଜ କୁମାର ମେହେର, ଅଧ୍ୟାପିକା ପଦ୍ମାଳୟା ଦଣ୍ଡସେନା, ଅଧ୍ୟାପିକା ସୁଜାତା ମହାନ୍ତି, ଅର୍ଚ୍ଚନା ଗୁଛି, ଲୁସି ଗଉଡ, କୁମୁଦିନୀ ନାଏକ, ସନ୍ଧ୍ୟା ବାରିକ, ଝରଣା ପ୍ରଧାନ, ଲକ୍ଷପତି ନାଏକ, ହିଂମାଶୁ ସାହା ଏବଂ ରଜନୀ ନାଏକଙ୍କ ସହିତ ଶତାଧିକ ଛାତ୍ରୀ ଉପସ୍ଥିତ ଥିଲେ। ପରେ ଛାତ୍ରୀମାନେ ଏକ ରୋଡ ସୋ କରି ଅଞ୍ଚଳର କିଛି ଲୋକଙ୍କ ଘରକୁ ଯାଇ ବୃକ୍ଷ ରୋପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.