ସମା ଗ୍ରାମରେ ବିଧାୟକଙ୍କ ବୃକ୍ଷ ରୋପଣ ସହ ମୋଦିଙ୍କ ଜନ୍ମ ଦିନ ପାଳନ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ ତମ ଜନ୍ମ ଦିନ ଅବସରରେ ସାରା ଦେଶ ସେବା ପକ୍ଷ ପାଳନ କରୁଅଛି। ଏହି ପରିପେଖିରେ ଓଡ଼ିଶାରେ ମଧ୍ୟ ଏକ ପେଡ୍ ମା କେ ନାମ ୨.୦ କାର୍ଯ୍ୟକ୍ରମ ଦ୍ବାରା ସାରା ଓଡ଼ିଶାରେ ୭୫ ଲକ୍ଷ୍ୟ ବୃକ୍ଷ ରୋପଣ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ସମା ଗ୍ରାମ ପଞ୍ଚାୟତରେ ଥିବା ଶ୍ରୀ ରଘୁନାଥ ଉଚ୍ଚ ବିଦ୍ୟାଳୟ ପରିସରରେ ୧୦୦ ବୃକ୍ଷ ରୋପଣ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ସମା ସରପଞ୍ଚ ନାମିତ ସେଠୀ, ଶିକୁଲା ମଣ୍ଡଳ ସଭାପତି ଚନ୍ଦନ କୁମାର ନାୟକ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ବିଧାୟକ ଯୋଗ ଦେଇ ବୃକ୍ଷ ରୋପଣ କରିବା ସହ ବୈଠକ ରେ ଉପସ୍ଥିତ ରହି ବୃକ୍ଷ ରୋପଣ ଦ୍ୱାରା କଣ କଣ ଉପକାରିତା ରହିଛି ସେ ବିଷୟରେ କହିଥିଲେ। ଏଥି ସହିତ ଅନ୍ୟ ମାନଙ୍କ ଭିତରେ ବ୍ଳକ ନିର୍ବାହୀ ଯନ୍ତ୍ରୀ ସରୋଜ କୁମାର ସାବତ, ଜେଇ ନାଗ ଭୁଷଣ ଯାଦବ, ଓ ସମା ସରପଞ୍ଚ ନମିତା ସେଠୀ, ପିଇଓ ଶ୍ରୀକାନ୍ତ ଗୌଡ଼, ଜିଆର ଏସ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ସଫଳ କରିବାକୁ ସହଯୋଗ କରିଥିଲେ ସନାତନ ବେହେରା, ସୁକାନ୍ତ ସ୍ୱାଇଁ, ଅରୁଣ ପଲେଇ, ଜୟନ୍ତ ପ୍ରଧାନ ଓ ଲକ୍ଷ୍ମୀକାନ୍ତ ମହାନ୍ତିଙ୍କ ସମେତ ଗ୍ରାମ୍ୟ ନେତା କର୍ମୀ ମହିଳା ସଙ୍ଘ, ସିଆରପି, ଏମ୍ବିକେ ଓ ଅଙ୍ଗନୱାଡି କର୍ମୀ ହାଇସ୍କୁଲ ର ପ୍ରଧାନ ଶିକ୍ଷକ, ଷ୍ଟାଫ ଉପସ୍ଥିତ ରହି ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.