ଓଡିଶା ଗ୍ରାମାଞ୍ଚକ ସାମ୍ବାଦିକ ସଂଘ ପୁନଃର୍ଗଠିତ: ଲକ୍ଷ୍ମୀ ରଞ୍ଜନ ବାଗ ସଭାପତି, ସୁରେନ୍ଦ୍ର ନାଏକ ସାଧାରଣ ସମ୍ପାଦକ ମନୋନୀତ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି| ନୂଆପଡ଼ା: ଓଡିଶା ଗ୍ରାମାଞ୍ଚଳ ସାମ୍ବାଦିକ ସଂଘର ନୂତନ ଜିଲ୍ଲା କମିଟି ଅନୁମୋଦିତ ହୋଇଛି। ବରିଷ୍ଠ କର୍ମକର୍ତ୍ତା ତୁଳସିରାମ ଛତ୍ରିଆଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ନୂଆପଡା ଜିଲ୍ଲା ଲୟର ଇନ୍ଦ୍ରା ଡ୍ୟାମ (ତିଖାଳି ଡ୍ୟାମ)ର ଡାକ ବଙ୍ଗଳା ପରିସରରେ ଆୟୋଜିତ ହୋଇଥିଲା। ଏହି ସଂଘ ୨୦୧୩ ମସିହାରୁ ଗଠିତ ହୋଇଥିବା ବେଳେ, ଏହି ସଂଘର ସଭାପତି ରମେଶ ବେହେରାଙ୍କ ଦେହାନ୍ତ ପରେ ପୁନଃର୍ଗଠନ କରିବାର ଆବଶ୍ୟକତା ପଡିଥିଲା। ଫଳରେ ସମସ୍ତ କର୍ମକର୍ତ୍ତାଙ୍କ ନିଷ୍ପତ୍ତି କ୍ରମେ ଜିଲ୍ଲା ଓ ବ୍ଲକ କମିଟି ଗଠନ ହୋଇଥିଲା। ଏଥିରେ କଳାହାଣ୍ଡି ଜିଲ୍ଲା ସଭାପତି ଭାବେ ଲଷ୍ମୀ ରଞ୍ଜନ ବାଗଙ୍କୁ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଥିବା ବେଳେ, ଉପ-ସଭାପତି ଭାବେ ରାଜୁ ପାହାଡ଼ ଓ ପ୍ରଦୀପ୍ କୁମାର ଡ଼ଙ୍ଗରି, କାର୍ଯ୍ୟକାରୀ ସଭାପତି ଭାବେ ହେମନ୍ତ ନାଏକ ଓ ସାହେବ ଛତ୍ରିଆ, ସାଧାରଣ ସମ୍ପାଦକ ଭାବେ ସୁରେନ୍ଦ୍ର କୁମାର ନାଏକ, ସହ ସମ୍ପାଦକ ପରମାନନ୍ଦ ଠାକୁର ଓ ଗଣେଶ ବାଗ, କୋଷାଧକ୍ଷ ଭାବେ ସୁବୋଧ ରଣା, ଜିଲ୍ଲା କମିଟି କାର୍ଯ୍ୟ କାରିଣୀ ସଦସ୍ୟ ଭାବେ ହର୍ଷବର୍ଦ୍ଧନ ପାଣିଗ୍ରାହୀ, ଡ଼ମ୍ବରୁଦ୍ଧାର ଦୁର୍ଗା, କୁଞ୍ଜବନ ଛତ୍ରିଆ, ବାବୁଲି ଦୁର୍ଗା, ରଜନୀକାନ୍ତ ସଗରିଆ, ସୁଶାନ୍ତ କୁମାର ନାଏକ, ଦିବ୍ୟ ନାଗ ଓ ସମୀର କୁମାର ନାଗଙ୍କୁ ସର୍ବ ସମ୍ମତି କ୍ରମେ ମନୋନିତ କରାଯାଇଥିଲା। ଏହି ପରି ପ୍ରେକ୍ଷୀରେ ବ୍ଲକସ୍ତରୀୟ କମିଟି କମିଟି ଗଠନ କରାଯାଇଥିଲା। କଲମପୁର ବ୍ଲକ କମିଟିର ସଭାପତି ଭାବେ ଶରତ ଚନ୍ଦ୍ର ସୁନାନୀ, ଉପ-ସଭାପତି ଅଜିତ ପୁଝାରୀ, ସାଧାରଣ ସମ୍ପାଦକ ଭୋଜରାଜ ଛତ୍ରିଆ, ସହ ସମ୍ପାଦକ କେଶବ ଚନ୍ଦ୍ର ସୁନାନୀ, କୋଷାଧକ୍ଷ ବାସୁଦେବ ଛତ୍ରିଆଙ୍କୁ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଥିଲା। ସେହିଭଳି ଜୁନାଗଡ଼ ବ୍ଲକ କମିଟି ପାଇଁ ରୋହିତ ବାଗଙ୍କୁ ସଭାପତି, ଉପ-ସଭାପତି ସମୀର ନାଗ, ସମ୍ପାଦକ ଭୋକର୍ଧନ ଧଙ୍ଗଡ଼ାମାଝୀଙ୍କୁ ଚୟନ କରାଯାଇଛି। ସମସ୍ତ କାର୍ଯ୍ୟକର୍ତ୍ତା ଓ ସଦସ୍ୟଙ୍କୁ ନୂତନ ଭାବେ ସଭାପତି ଶ୍ରୀଯୁକ୍ତ ବାଗ ସାଧୁବାଦ ଜଣାଇବା ସହିତ ଆଗାମୀ ଦିନରେ ଏହି ସଂଘର ସମସ୍ତଙ୍କ ସୁଖରେ ଦୁଃଖରେ ସାଥୀ ହେବା ସଂଘର୍ଷ କରିବା ଓ ଜନସାଧାରଣଙ୍କ ଆସ୍ଥା ଭାଜନ ହେବାକୁ ପ୍ରୟାସ କରିବା ବୋଲି କହିଥିଲେ। ଏହି ଅବସରରେ ଦିବଂଗତ ପୂର୍ବତନ ଜିଲ୍ଲା ସଭାପତି ସ୍ବର୍ଗତ ରମେଶ କୁମାର ବେହେରାଙ୍କ ଅମର ଆତ୍ମାର ସଦଗତି କାମନା ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ପରମାନନ୍ଦ ଠାକୁର ସଂଯୋଜନା କରିଥିବା ବେଳେ, ମାର୍ଗ ଦର୍ଶକ ନିରଞ୍ଜନ ଛତ୍ରିଆ ବିବରଣୀ ପଠନ ଓ ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.