ରାୟଗଡ଼ା ଜିଲ୍ଲାରେ “ଏକ ପେଡ଼ ମାଁ କେ ନାମ” ୨:୦

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ନିର୍ଦେଶ କ୍ରମେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କ ଆୱାନ କ୍ରମେ ରାଜ୍ୟ ସରକାର ସମଗ୍ର ଓଡ଼ିଶାରେ ୭୫ ହଜାର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ସଦର ପଞ୍ଚାୟତ ଅଧୀନରେ ଥିବା ଐତିହାସିକ ଦେବଗିରି ଶୈବ ପୀଠ ଠାରେ “ଏକ ପେଡ଼ ମାଁ କେ ନାମ” ୨:୦ ଅଭିଯାନ ସଫଳ ଭାବରେ ଅନୁଷ୍ଠିତ ହୋଇଯାଇଛି | ଏଣୁ ସଦର ପଞ୍ଚାୟତ କୁ ସ୍ଥାନୀୟ ବନ ବିଭାଗ ତରଫରୁ ବିଭିନ୍ନ ପ୍ରକାର ଜଙ୍ଗଲ ସୃଷ୍ଟିକାରୀ ଔଷଧୀୟ ବୃକ୍ଷ ର ଚାରା ୫୦୦ ଯୋଗାଇ ଦିଆଯାଇଥିଲା | ତେଣୁ ଆଜି କଲ୍ୟାଣ ସିଂହପୁର ସଦର ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ମୋନୀଷା ଦାସ ଙ୍କ ଉପସ୍ଥିତିରେ ସଦର ସରପଞ୍ଚ ଗୌତମ ବାର୍ଲି,ଏ ଡ଼ି ଓ ରବୀନ୍ଦ୍ର କୁମାର ନାଏକି,ଗ୍ରାମ ରୋଜଗାର ସେବିକା ରଞ୍ଜିତା ହିମିରିକା,ଯୋଗାଣ ସହାୟକ ଶ୍ରୀକାନ୍ତ ମାଲେଟି ପ୍ରମୁଖ ଙ୍କ ସହ ସ୍ଥାନୀୟ ପଞ୍ଚାୟତ ବାସି ଉପସ୍ଥିତି ରହି ଚାରା ରୋପଣ କରିଥିଲେ | କାର୍ଯ୍ୟକ୍ରମ କୁ ସଫଳ ରୂପାୟନ ଦେବା ନିମନ୍ତେ ପଞ୍ଚାୟତ ଅଧୀନରେ କାର୍ଯ୍ୟରତ ସମସ୍ତ ଆଶା,ଅଙ୍ଗନୱାଡି,ମିଶନ ଶକ୍ତି ର ପଞ୍ଚାୟତ ସ୍ତରୀୟ କାର୍ଯ୍ୟକର୍ତ୍ତା ସୋହଯୋଗ କରିଥିଲେ | ସ୍ଥାନୀୟ କୃଷି ପରାମର୍ଶ କେନ୍ଦ୍ର ନାରାୟଣପୁର ଠାରେ ମଧ୍ୟ ବ୍ଲକ କୃଷି ଅଧିକାରୀ ସୁଜିତ କୁମାର ପାଢ଼ୀ ଙ୍କ ଉପସ୍ଥିତି ରେ ସମ୍ପନ୍ନ ହୋଇଯାଇଛି |ଏହି କ୍ରମରେ ସାରା ରାୟଗଡ଼ା ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତ ଓ ସରକାରୀ,ବେସରକାରୀ ସ୍ତରରେ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଯାଇଛି |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.