ଧରପଗଡ଼ ଗ୍ରାମପଞ୍ଚାୟତ ଏକ ପେଡ ମାଁ କେ ନାମ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ସଇଁତଳା (ଗୋକୁଳା ନନ୍ଦ ବଗର୍ତ୍ତୀ): ସଇଁତଲା ବ୍ଲକ ଧରପଗଡ଼ ଗ୍ରାମପଞ୍ଚାୟତ ଠାରେ “ଏକ ପେଡ ମାଁ କେ ନାମ” ୨.୦ କାର୍ଯ୍ୟକ୍ରମରେ ଅନୁଷ୍ଠିତ ହୋଇଯାଇଛି। ୫୦୦ ଚାରା ରୋପଣ କରା ଯାଇଥିଲା। ସରପଞ୍ଚ ଗୀତାଞ୍ଜଳି ପଣ୍ଡାଙ୍କ ଅଧ୍ୟକ୍ଷତାର ଏହା ଅନୁଷ୍ଠିତ ହୋଇଥିଲା। ସାମୁହିକ ବୃକ୍ଷ ରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଏଡ଼ିଓ ଶିବ ପ୍ରସାଦ ସା, କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱପ୍ନା ବାଗ, ଗାଁ ସାଥି ଲବକାନ୍ତ ବଗର୍ତ୍ତୀ, ସୁଶୀଲ ପ୍ରଧାନ, ସନ୍ଧ୍ୟା ପ୍ରଧାନ, ବଡ଼ମାଳ ଫରେଷ୍ଟର ବିମ୍ବାଧର ବେହେରା, ଦିବାକର ପ୍ରଧାନ, ନାଏବ ସରପଞ୍ଚ ଦିଲପ ଠାକୁର, ୱାର୍ଡ ମେମ୍ବର ଗୀତାଞ୍ଜଳି ଭୋଇ, ସୂର୍ଯ୍ୟ ବିଶି ମାଝୀ ନୀଳାଞ୍ଚଳ ତାଣ୍ଡି, ହିମାଂଗନୀ ବାରିକ, ମହେନ୍ଦ୍ର ବଗର୍ତ୍ତୀ, ଦୀନବନ୍ଧୁ ଚିନ୍ଦା ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.