ନର୍ଲାରେ ଦେବ ଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଅଞ୍ଚଳରେ ବିଶ୍ୱକର୍ମା ପୂଜା ବିଭିନ୍ନ ସ୍ଥାନରେ ଆନନ୍ଦ ଉହ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି । ନର୍ଲା ବିଦ୍ୟୁତ ବିଭାଗ ତରଫରୁ ଗ୍ରୀଡ୍ ସବ ଷ୍ଟେସନ ଠାରେ ନର୍ଲାର ସବୁଠୁ ବଡ ଧରଣର ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହୋଇଯାଇଛି । ନର୍ଲା ବିଦ୍ୟୁତ ବିଭାଗ ଟାଟା ପାୱାର ଏସ୍ଡିଓ ତଥା ବିଶ୍ୱକର୍ମା ପୂଜା କମିଟିର ସଭାପତି କମଲେଶ ପଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପୂଜା ଅନୁଷ୍ଠିତ ହୋଇଥିବା ବେଳେ ଟାଟା ପାୱାର ଅଫିସ୍ କର୍ମଚାରୀ କନିଷ୍ଠ ଯନ୍ତ୍ରୀ ଦିବ୍ୟ ପଣ୍ଡା, ମାନସ ରଞ୍ଜନ ଦାସ, ସୁପରଭାଇଜର ମନୋଜ କଟା, ରଘୁମଣି ପାଣ୍ଡେ, ଲାଇନମେନ ରୋମାଞ୍ଚଳ ପଧାନ, ଲାଲୁ ପଧାନ, ରାମଚନ୍ଦ୍ର ବାଗ, ପ୍ରତାପ ସାହୁଙ୍କ ସମେତ ଟାଟା ପାୱାର ନର୍ଲା ର ସମସ୍ତ କର୍ମଚାରୀ ଏଥିରେ ପ୍ରତ୍ୟକ୍ଷ ଭାବରେ ସାମିଲ ରହିଥିଲେ। କନିଷ୍ଠ ଯନ୍ତ୍ରୀ ଆକାଶ ମିଶ୍ର ପୂଜା କର୍ତ୍ତା ଭାବରେ ଦାଇତ୍ୱ ନିର୍ବାହନ କରିଥିବା ବେଳେ ରୁପ୍ରାର ବ୍ରହ୍ମା ପଣ୍ଡିତ ଲକ୍ଷ୍ମୀକାନ୍ତ ମହାପାତ୍ର ପୂଜକ ଭାବରେ ପୂଜନ କାର୍ଯ୍ୟ ସମ୍ପାଦନ କରିଥିଲେ। ନର୍ଲାରୋଡରେ ଅବସ୍ଥିତ କାଠ କାରିଗର ମହାରଣା ମାନଙ୍କ ତରଫରୁ ମଧ୍ୟ ବିଶ୍ୱକର୍ମା ପୂଜା ପାଳିତ ହୋଇଯାଇଛି। ନର୍ଲା ଆରଏମ୍ ଜିମ ତରଫରୁ ମଧ୍ୟ ସର୍ଗିଗୁଡା ସ୍ଥିତ ଫିଟନେସ୍ ଜିମ କେନ୍ଦ୍ରରେ ଜିମ୍ ପରିଚାଳିକା ଜ୍ୟୋତିର୍ମୟୀ ମହାନ୍ତୀଙ୍କ ପୌରହିତ୍ୟରେ ଆଡମ୍ବର ସହକାରେ ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହୋଇଯାଇଛି। ସର୍ଗିଗୁଡା ରେଳବାଇ ନିକଟସ୍ଥ ଦୁର୍ଯ୍ୟୋ ଫେବ୍ରିକେସନ ସେଣ୍ଟରରେ ମଧ୍ୟ ବାବା ବିଶ୍ୱକର୍ମାଙ୍କ ପୂଜା ଆୟୋଜିତ ହୋଇଥିଲା। ପଟ୍ଟନାୟକ ଫେବ୍ରିକେଶନ ତରଫରୁ ମଲ୍କୁ କମ୍ପ୍ଲେକ୍ସ ରେ ମଧ୍ୟ ବିଶ୍ଵକର୍ମା ପୂଜା ଅନୁଷ୍ଠିତ ହୋଇଯାଇଛି।ସେହିଭଳି ନର୍ଲା ଅଞ୍ଚଳର ନାମକରା ବ୍ୟବସାୟୀକ ବସ୍ତି ରୁପ୍ରାରୋଡ ବଜାର ମଧ୍ୟରେ ବ୍ୟବସାୟୀ ଗୋଷ୍ଠୀଙ୍କ ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହୋଇଥିବା ବେଳେ, ରୁପ୍ରାରୋଡ଼ ଫିଟନେସ ଜିମ୍ ସେଣ୍ଟର ରେ ପ୍ରୋପ୍ରାଇଟର ଜଗୁ ମହାନ୍ତିଙ୍କ ନେତୃତ୍ଵରେ ବିଶ୍ଵକର୍ମା ପୂଜା ଅନୁଷ୍ଠିତ ହୋଇଯାଇଛି।ନର୍ଲାରୋଡ, ନର୍ଲାର ଛତିକୁଡା, ବାଲିପଡା, ରୁପ୍ରା, ତୁଳାପଡା ଓ ସେରଗଡ ପ୍ରଭୃତି ସ୍ଥାନରେ ମଧ୍ୟ ବିଶ୍ୱକର୍ମା ପୂଜା ଧୁମ୍ ଧାମର ସହିତ ଅନୁଷ୍ଠିତ ହୋଇଯାଇଛି । ସଂଧ୍ୟା ସମୟରେ ମନୋରଞ୍ଜନର କାର୍ଯ୍ୟକ୍ରମ ଗୁଡିକ ରଖାଯାଇଥିବା ବେଳେ ଗୁରୁବାର ଅପରାହ୍ନରେ ମୂର୍ତ୍ତି ବିସର୍ଜନ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ବିଶ୍ୱକର୍ମା ପୂଜା ଅବସରରେ ନର୍ଲା ବିଧାୟିକା ମନୋରମା ମହାନ୍ତି, ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ରୁପ୍ରାରୋଡ ମାରୱାଡି ଯୁବାମଞ୍ଚର ସଭାପତି ବଣ୍ଟି ଖେତାନ, ଭାନପୁର ସରପଞ୍ଚ ତଥା ନର୍ଲା ସରପଞ୍ଚ ସଂଘ ସଭାପତି ଅନନ୍ତରାମ ମାଝୀ, ସମିତି ସଭ୍ୟ ସଂଘ ସଭାପତି ଜୟ ମେହେର ପ୍ରମୁଖ ଅଞ୍ଚଳବାସୀ ଜନ ସାଧାରଣଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସମସ୍ତଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.