ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ବ୍ଳକ ଅନ୍ତର୍ଗତ କର୍ଲାପଡା ସ୍ନାତକ ମହାବିଦ୍ୟାଳୟରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ୨.୦ ଅନୁଷ୍ଠିତ ହୋଇଛି। ସ୍ଥାନୀୟ ସରପଞ୍ଚ ସୁଷମା ସେନାପତିଙ୍କ ସହଯୋଗରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଷଡ଼ଙ୍ଗୀ, ଅଧ୍ୟାପକ ରଞ୍ଜିତ ମେହେର,ନବ କିଶୋର ପ୍ରଧାନ, ଲଳିତ କୁମାର ପଣ୍ଡା,ମୋହନ ପୁଟେଲ,ମଧୁମିତା ଢଙ୍ଗଡ଼ାମାଝି,ଅର୍ଚନା ସା, ଶୁଭଶ୍ରୀ ପଣ୍ଡା, ରଶ୍ମି ରଞ୍ଜନ ପ୍ରଧାନ ସମେତ ସମସ୍ତ କର୍ମଚାରୀ, ପ୍ରଥମ ଦ୍ଵିତୀୟ ତୃତୀୟ ବର୍ଷର ୨୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ଗ୍ରାମବାସୀମାନେ ଉପସ୍ଥିତ ରହିଥିଲେ।