ଗୁପ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ‘ମା ପାଇଁ ଗଛ ଟିଏ’ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ବ୍ଳକ ମୋଡାବାଇ ପଞ୍ଚାୟତର ଗୁପ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ବିଜେପି ଯୁବମୋର୍ଚା ପକ୍ଷରୁ ‘ମା ପାଇଁ ଗଛ ଟିଏ’ ୨.୦ କାର୍ଯ୍ୟକ୍ରମ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ପାଳିତ ହୋଇଯାଇଛି। ଯୁବନେତା ନିର୍ମଳ ଚନ୍ଦ୍ର ସାହୁଙ୍କ ସଂଯୋଜନାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ‌ ମୁଖ୍ୟ ଅତିଥି ଭାବେ ବ୍ଳକ ଅଧକ୍ଷା ପିଙ୍କି ବେହେରା, ବିଜେପି ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଅରୁଣ ପଣ୍ଡା, ଖଲ୍ଲିକୋଟ ବିଧାୟକଙ୍କ ପୁରୁଷୋତ୍ତମପୁର ବ୍ଳକ ପ୍ରତିନିଧି କୋରନାଥ ସ୍ୱାଇଁ, ଭାଟ କୁମରଡ଼ା ବିଜେପି ମଣ୍ଡଳ ସଭାପତି ପ୍ରସନ୍ନ କୁମାର ବେହେରା, ସମାଜସେବୀ ଜଗତ ବନ୍ଧୁ ପଣ୍ଡା, ଜାମୁନି ସରପଞ୍ଚ ଇନ୍ଦ୍ରଜିତ ନାୟକଙ୍କ ସହ ବହୁ ନେତା, କର୍ମୀ ଓ ଯୁବଗୋଷ୍ଠୀ ଉପସ୍ଥିତ ଥିଲେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.