ନାରୀ ସୁରକ୍ଷା ନେଇ ରାୟଗଡ଼ା ବିଜେଡ଼ି ପକ୍ଷରୁ ପୋଲିସ ମହାନିର୍ଦ୍ଦେଶକଙ୍କ ଉଦେଶ୍ୟରେ ଦାବି ପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡ଼ା ବିଜୁ ଜନତା ଦଳ ପକ୍ଷରୁ ଜିଲ୍ଲା ସଭାପତି ଜଗନ୍ନାଥ ସାରାକାଙ୍କ ନେତୃତ୍ୱରେ ରାୟଗଡ଼ା ଜିଲ୍ଲା ପୋଲିସ କାର୍ଯ୍ୟାଳୟ (ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ) ସମ୍ମୁଖରେ ବିଜୁ ଜନତା ଦଳ ତରଫରୁ ରାଜ୍ୟରେ ମହିଳା ସୁରକ୍ଷା ପ୍ରସଙ୍ଗ ନେଇ ପ୍ରତିବାଦ କରାଯିବା ସହ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ପୋଲିସ ମହାନିର୍ଦ୍ଧେଶକଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି l ପରିସ୍ଥିତି ପ୍ରତି ଦୃଷ୍ଟି ଆକର୍ଷଣ ଏବଂ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରିଛନ୍ତି ରାୟଗଡ଼ା ମହିଳା ବିଜୁ ଜନତା ଦଳ | ପୋଲିସ ମହାନିର୍ଦ୍ଧେଶକଙ୍କୁ ବିଜୁ ମହିଳା ଜନତା ଦଳର ସଦସ୍ୟା ମାନେ ସ୍ମାରକ ପତ୍ର ମାଧ୍ୟମରେ ଜଣାଇଛନ୍ତି ଯେ ସମ୍ପ୍ରତି ରାଜ୍ୟରେ ଘଟୁଥିବା ମହିଳା ବିରୋଧ ଲୋମହର୍ଷଣକାରୀ ଘଟଣାଗୁଡିକ ତର୍ଜମା କଲେ ଜଣାଯାଉଛି ଓଡ଼ିଶାର ମହିଳାଙ୍କ ପ୍ରତି ହେଉଥିବା ଅବହେଳା, ସାମାଜିକ ତଥା ଆର୍ଥିକ ଅସମାନତା, ଅସୁରକ୍ଷିତତା ଏବଂ ନ୍ୟାୟ ପ୍ରଦାନ ବ୍ୟବସ୍ଥାର ବିଫଳତା ଓଡ଼ିଶାରେ ଦେଖାଦେଇଛି । ଓଡ଼ିଶାର ସାମ୍ପ୍ରତିକ ମାମଲାରେ ମହିଳାଙ୍କ ପ୍ରତି ହେଉଥିବା ନିର୍ମମ ଆକ୍ରମଣ, ମହିଳାଙ୍କ ବିରୁଦ୍ଧରେ ଅତ୍ୟାଚାର, ଯେପରିକି ଦୁଷ୍କର୍ମ, ଗଣଦୁଷ୍କର୍ମ, ଯୌନ ଉତ୍ପୀଡ଼ନ ଏବଂ ବିଭିନ୍ନ ପ୍ରକାରର ହିଂସା, ଆଜିର ସରକାର ସମୟରେ ଏକ ନିରନ୍ତର ସମସ୍ୟାରେ ପରିଣତ ହୋଇଛି |ଯାହା ନ୍ୟାୟ ପ୍ରଦାନରେ ବ୍ୟବସ୍ଥାଗତ ବିଫଳତାକୁ ମଧ୍ୟ ପ୍ରକାଶ କରୁଛି । ରାଜ୍ୟରେ ମହିଳା ବିରୋଧୀ ଅପରାଧ ଉଦ୍‌ବେଗଜନକ ଭାବରେ ବୃଦ୍ଧି ପାଉଥିବା ବେଳେ ଶାସକ ଦଳର ବିଧାୟକମାନଙ୍କ ମହିଳା ବିରୋଧୀ ଆଭିମୁଖ୍ୟ ମଧ୍ୟ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଆଜିର ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସଭାପତି ଜଗନ୍ନାଥ ଙ୍କ ସହିତ ବିଜେଡି ମହିଳା ସଭାନେତ୍ରୀ ଅନୁସୟା ମାଝୀ, ଜ଼ିଲ୍ଲା ପରିଷଦ ଅଧକ୍ଷା ସରସ୍ବତୀ ମାଝୀ, ଆଇନଜୀବୀ ତଥା ରାୟଗଡା ପୌର ପରିଷଦ ଉପାଦକ୍ଷା ଶୁଭ୍ରା ପଣ୍ଡା, ବରିଷ୍ଠ ବିଜେଡି ନେତା ଜଗଦୀଶ ପାତ୍ର, ଗୁଣୁପୁର ପୂର୍ବତନ ବିଧାୟକ ରଘୁନାଥ ଗମାଙ୍ଗ, ପୂର୍ବତନ ଜ଼ିଲ୍ଲା ପରିଷଦ ସଭ୍ୟ ପି ଗୌରୀ ଶଙ୍କର, ଦେବାଶିଷ ଖାଡ଼ଙ୍ଗା, ସନ୍ତୋଷ ପାତ୍ର, କୋଲନରା ଜିଲ୍ଲା ପରିଷଦ ସଭ୍ୟ ଇପିଲି ଧବଳେଶ୍ୱର ନାଇଡ଼ୁ, ଚନ୍ଦ୍ରଶେଖର ନାଇଡ଼ୁ, ବୁଡୁ, ମନ୍ମଥ, ଟୁଟୁ ଭାଇ, ଜଗନ୍ନାଥ ଦୋରା (ବାବୁନି), କୋଲନରା ସରପଞ୍ଚ ପରମାନନ୍ଦ କୋଣ୍ଡାଗୋରୀ, ବଡ଼ଖିଲାପଦର ସରପଞ୍ଚ ମାଦା ରାଓ, ଅଶୋକ ପଣ୍ଡା, ବୁଲା ପାଢ଼ୀ, ପୂର୍ବତନ ପୌର ପରିଷଦ କାଉନସିଲର ସେଙ୍କରି ଙ୍କ ସମତେ ଶତାଧିକ ବିଜେଡି କର୍ମୀ ଉପସ୍ଥିତ ଥିଲେ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.