ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଶ୍ୱକର୍ମା ପୂଜା 

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ସମଗ୍ର ରାୟଗଡ଼ା ଜିଲ୍ଲାର ବିଭିନ୍ନ ବୈଷୟିକ ବିଦ୍ୟାଳୟ, ସରକାରୀ କାର୍ଯ୍ୟାଳୟ, ରାଜମିସ୍ତ୍ରୀ ସଙ୍ଘ ଓ କଳକାରଖାନା ଏବଂ ବିଦୂତ କାର୍ଯ୍ୟାଳୟ, ଫିଟ୍ ନେସ୍ ସେଣ୍ଟର ଓ ଅନ୍ୟାନ୍ୟ ସଂଘଠନ ତରଫରୁ ଦେବଙ୍କ ଦେବ ‘ଦେବ ଶିଳ୍ପୀ ବିଶ୍ଵକର୍ମା’ ଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି | ଏହି କ୍ରମରେ କଲ୍ୟାଣ ସିଂହପୁରରେ ଅବସ୍ଥାପିତ ବହୁ ପୁରାତନ ରାଜମିସ୍ତ୍ରୀ ମହାସଙ୍ଗର ନୂତନ ଭାବେ କୋଠା ରେ ରାଜମିସ୍ତ୍ରୀ ସଙ୍ଘ ର ସଭାପତି ଲାଲମଣି ବିବର ଙ୍କ ତତ୍ତ୍ୱବଧାନରେ ସମ୍ପାଦକ କେ.ନୀଳକଣ୍ଠ, ସାଧାରଣ ସମ୍ପାଦକ ପି.ମୋହନ ରାଓ ଙ୍କ ସହ ବରିଷ୍ଠ ମିସ୍ତ୍ରୀ ମାଲେସ, ରବି କାଶୀ, ରମେଶ ମାର୍ଥା, ଦୁର୍ଯ୍ୟ କୌଶଲ୍ୟା, କେଶବ କାଶୀ, କାଶି କରକରିଆ ଓ ସଂଘର ଅନ୍ୟାନ୍ୟ ସଦସ୍ୟ ମାନଙ୍କ ଉପସ୍ଥିତ ରେ କଲ୍ୟାଣ ସିଂହପୁର ସମିତି ସଭ୍ୟା ଶ୍ରୀମତୀ ପଦ୍ମା ମିନିୟାକା ଯୋଗଦାନ କରି ମହା ଆଡମ୍ବର ରେ ପୂଜା କାର୍ଯ୍ୟ ସମ୍ପନ୍ନ କରିଥିଲେ | ସେହିଭଳି ଶିକାରପାଇ ଠାରେ ରହିଥିବା ବିଦୂତ ସବ୍ ଷ୍ଟେସନ୍ ରେ କନିଷ୍ଠ ଯନ୍ତ୍ରୀ ଚନ୍ଦନ ବେହେରା ଙ୍କ ନେତୃତ୍ୱ ରେ ସମସ୍ତ ଲାଇନ ମେନ ମାନଙ୍କ ଗହଣ ରେ ‘ବିଶ୍ଵକର୍ମା’ ଙ୍କ
ପୂଜା ହୋଇଥିବା ବେଳେ ଜେ କେ ପୁର ଠାରେ ରହିଥିବା କାଗଜ କଳ ଓ ଥେରୁବାଲି ଇମ୍ଫା କାରଖାନା ଠାରେ ମଧ୍ୟ ଏହି ବିଧି ପୂର୍ବକ ପୂଜା ଅନୁଷ୍ଠିତ ହୋଇଯାଇଛି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.