ବାଲେଶ୍ୱର ଜିଲ୍ଲାରେ ‘ଏକ୍ ପେଡ୍ ମା କେ ନାମ୍’ ଅଭିଯାନରେ କରାଗଲା ୫ ଲକ୍ଷରୁ ଅଧିକ ବୃକ୍ଷରୋପଣ 

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ମା ଓ ଧରିତ୍ରୀ ମାଙ୍କୁ ସମର୍ପିତ ‘ମା ପାଇଁ ଗଛଟିଏ’ ଅଭିଯାନ କାର୍ଯ୍ୟକ୍ରମ ଜିଲ୍ଲା ପ୍ରଶାସନ ପକ୍ଷରୁ ପାଳନ ହେବା ସହିତ ବାଲେଶ୍ୱର ଜିଲ୍ଲାରେ ୫ ଲକ୍ଷରୁ ଅଧିକ ବୃକ୍ଷରୋପଣ ସଫଳତାର ସହିତ ସମ୍ପନ୍ନ ହୋଇଛି। ସୂର୍ଯ୍ୟୋଦୟରୁ ଆରମ୍ଭ ହୋଇ ସୂର୍ଯ୍ୟାସ୍ତ ସୁଦ୍ଧା ଜିଲ୍ଲାର ସମସ୍ତ ବ୍ଲକ ଓ ସହର ଅଞ୍ଚଳରେ ଗଛ ଲଗାଇବା କାର୍ଯ୍ୟକ୍ରମ ଚାଲିଥିଲା। ଏହି ବିଶାଳ ଅଭିଯାନର ଲକ୍ଷ୍ୟ ଥିଲା ସମଗ୍ର ରାଜ୍ୟରେ ୭୫ ଲକ୍ଷ ବୃକ୍ଷରୋପଣ କରିବା। ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନରେ ଏହି କାର୍ଯ୍ୟକ୍ରମ ଏକ ମାସ ପୂର୍ବରୁ ଆରମ୍ଭ ହୋଇଥିଲା ଓ ୧୭ ସେପ୍ଟେମ୍ବରରେ ସମାପ୍ତ ହୋଇଛି।ଜିଲ୍ଲାପାଳଙ୍କ ନେତୃତ୍ୱରେ ପ୍ରଶାସନିକ ଅଧିକାରୀ, ପିଆରଆଇ ସଭ୍ୟ, ବ୍ୟବସାୟୀ, ବ୍ୟାଙ୍କର୍ସ, ଏନଜିଓ, ସିଭିଲ ସୋସାଇଟି ସଂଗଠନ, ସ୍ଵେଚ୍ଛାସେବୀ ଓ ସାଧାରଣ ଜନତାଙ୍କ ସମ୍ମିଳିତ ପ୍ରଚେଷ୍ଟାରେ ଜିଲ୍ଲାରେ ୫ ଲକ୍ଷରୁ ଅଧିକ ବୃକ୍ଷରୋପଣ ସମ୍ଭବ ହୋଇପାରିଛି। ପଞ୍ଚାୟତିରାଜ ବିଭାଗ ଦ୍ୱାରା ସର୍ବାଧିକ ୨,୬୯,୬୧୦ଟି ପଞ୍ଜୀକରଣ, ଶିଳ୍ପ ବିଭାଗ ଦ୍ୱାରା ୨,୨୮,୬୯୯, କୃଷି ବିଭାଗ ଦ୍ୱାରା ୧୬,୦୪୭, ବନ ବିଭାଗ ଦ୍ୱାରା ୪,୧୨୫ଟି ସହିତ ମୋଟ ୫,୨୦,୪୬୧ଟି ପଞ୍ଜୀକରଣ ହୋଇଛି। ବ୍ଲକ ମଧ୍ୟରୁ ନୀଳଗିରି (୨୮,୮୪୦) ଓ ଭୋଗରାଇ (୨୮,୨୧୦) ସର୍ବାଧିକ ପଞ୍ଜୀକରଣରେ ଅଗ୍ରଣୀ ରହିଛନ୍ତି। ଅନେକ ସ୍ଥାନରେ ସେଲଫି ପଏଣ୍ଟ, ପ୍ରତିଯୋଗିତା ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବୃକ୍ଷରୋପଣ ପରେ ‘ମେରିଲାଇଫ’ ପୋର୍ଟାଲରେ ପଞ୍ଜୀକରଣ କରିବାକୁ ସମସ୍ତଙ୍କୁ ଉତ୍ସାହିତ କରାଯାଇଥିଲା। ଦିନ ୧.୩୩ ଘଣ୍ଟା ସମୟରେ ୭୫ ଲକ୍ଷ ବୃକ୍ଷରୋପଣର ରାଜ୍ୟସ୍ତରୀୟ ଲକ୍ଷ୍ୟ ପୂରଣ ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ ଅନୁଯାୟୀ ଲୋକମାନେ ନିଜ ମାଙ୍କ ନାମରେ ଗଛ ଲଗାଇବା ଓ ତାହାକୁ ପରିବାର ସଦସ୍ୟ ଭଳି ସାହାଯ୍ୟ କରିବାରେ ଆଗ୍ରହୀ ହୋଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.