ମହୁମାଛି କବଳରେ ଗର୍ଭବତୀଙ୍କ ସହ ୩ ବର୍ଷର ଶିଶୁ କନ୍ୟା; ଜିଲ୍ଲା ଚିକିତ୍ସାଳୟରେ ଚାଲିଛି ଚିକିତ୍ସା

ଓଡ଼ିଆ ବାର୍ତ୍ତା/ କଲ୍ୟାଣସିଂହପୁର (ପଦ୍ମନ ଭତ୍ରା): ମହୁମାଛି ଆକ୍ରମଣରେ ଗର୍ଭବତୀଙ୍କ ସହ ୩ ବର୍ଷର ଶିଶୁ କନ୍ୟା ଗୁରୁତର ହୋଇଛନ୍ତି । ଚାଷ କାମ କରୁଥିବା ଲୋକ ଉଭୟଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନାରାୟଣପୁର ପଞ୍ଚାୟତ ଦୁଲଦୁଲିଗୁଡା ଗାଁ ନିକଟରେ । ସୂଚନା ମୁତାବକ ଗର୍ଭବତୀ ମହିଳା ମଞ୍ଜୁଳା ହିଆଲ ତାଙ୍କ ତିନି ବର୍ଷର ଝିଅ ସହ ନିଜ ଗ୍ରାମକୁ ଯିବା ପାଇଁ ବସ୍ କୁ ଅପେକ୍ଷା ନିମନ୍ତେ ଦୁଲଦୁଲିଗୁଡା ଛକ ନିକଟକୁ ଯାଉଥିଲେ । ଏହି ସମୟରେ ଉଭୟ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ । ନିକଟସ୍ଥ ଜମିରେ କାମ କରୁଥିବା କିଛି ଯୁବକ ଉଭୟଙ୍କୁ ଉଦ୍ଧାର କରି ସେହି ରାସ୍ତା ଦେଇ ଆସୁଥିବା ବିଦ୍ୟୁତ ବିଭାଗ ଗାଡିରେ ନେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କଲ୍ୟାଣସିଂହପୁରରେ ଭର୍ତ୍ତି କରିଥିଲେ । ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା କାର୍ଯ୍ୟରତ ଡାକ୍ତର ଆଶିଷ ମେହେର ସୂଚନା ଦେଇଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.