ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟରେ ଛାତ୍ରୀମାନଙ୍କର ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ପରୀକ୍ଷା ଶିଶୁ ଓ ପରିବାର କଲ୍ୟାଣ ବିଭାଗ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଭାବାନୀପାଟଣା ସହଯୋଗରେ ଅନୁଷ୍ଠିତ ହୋଇଛି। ଛାତ୍ରୀମାନଙ୍କ ହିମୋଗ୍ଲୋବିନ ଓ ସିକ୍ଲିନ ଜନୀତ ସୂଚନା ପାଇବା ପାଇଁ ଏହି ପରୀକ୍ଷା କରାଯାଇଥିଲା। ଏଥିରେ ସମୁଦାୟ ୪୪ ଜଣ ଛାତ୍ରୀଙ୍କ ପରୀକ୍ଷା କରାଯାଇଥିଲା। ଅଧ୍ୟକ୍ଷ୍ୟ ପରମେଶ୍ୱର ମୁଣ୍ଡ ଏହାର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ଏଏନ୍ଏସମ୍ ନମୀତା ମାଝୀ (ଏମ୍ପିଏଚ୍ ଡବ୍ଲୁ ମହିଳା), ଆଶାକର୍ମୀ କୁନୀରମା ଭୋଇ, ଆଶାକର୍ମୀ ସୁବାସୀନୀ ବାଗ ଦିବାନସାହେବ ପଡାଙ୍କ ଦ୍ୱାରା ସମସ୍ତ ପରୀକ୍ଷା କରାଯାଇଥିଲା। ଏନ୍ଏସ୍ଏସ୍ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରତାପ ଚନ୍ଦ୍ର ଦାଶ, ଅଧ୍ୟାପକ ଶୁଭେନ୍ଦୁ ପାଢୀ, ଶୁଶାନ୍ତ କୁମାର ଦାଶ (ଏନ୍ସିସି), ମିକୁମିକ୍ସ ନିଆଲ ପ୍ରମୁଖ ସହଯୋଗ କରିଥିଲେ। ଏହା ସୁସ୍ଥନାରୀ ସଶକ୍ତ ପରିବାର ଅଭିଯାନ, ଓଡିଶା ସରକାରଙ୍କ ଅନ୍ତର୍ଗତ ଏକ କାର୍ଯ୍ୟକ୍ରମ ରୁପେ ଅନୁମୋଦତ।