କୈବଲ୍ୟ ଆଶୀର୍ବାଦ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କଟକ: କୈବଲ୍ୟ ସାହିତ୍ୟ ସଂସଦ ଆନୁକୁଲ୍ୟରେ ଜଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସକୁ “କୈବଲ୍ୟ ଆଶୀର୍ବାଦ ଦିବସ” ରୂପେ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମ ଧବଳେଶ୍ଵର ସାରସ୍ବତ ଆଶ୍ରମ ଏବଂ କଟକ ଚଣ୍ଡୀ ମନ୍ଦିରରେ ଧୁମ୍ ଧାମରେ ପାଳନ କରାଯାଇଛି । ଧବଳେଶ୍ଵର ସାରସ୍ବତ ଆଶ୍ରମରେ ଆଧ୍ୟାତ୍ମିକ ସଭା ଆୟୋଜନ କରାଯାଇଥିଲା । ଆଶ୍ରମ ପରିସରରେ ବୃକ୍ଷ ପୂଜନ, ଚାରା ରୋପଣ ଏବଂ ମାତୃ ପୂଜନ କରାଯାଇଥିଲା । ଆଧ୍ୟାତ୍ମିକ କବିତା ଆସର ଏବଂ ଆଲୋଚନା ଚକ୍ରକୁ ଭାରତୀୟ ଜନତା ପାର୍ଟି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଲଲାଟେନ୍ଦୁ ବଡୁ, ସମାଜସେବୀ ଏବଂ ଆଧ୍ୟାତ୍ମିକ ପ୍ରବକ୍ତା ଉଦ୍ ଘାଟନ କରି ବିକଶିତ ଭାରତ ଏବଂ ବିଶ୍ଵ ଗୁରୁ ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟଧାରା ସମ୍ପର୍କରେ ବର୍ଣ୍ଣନା କରିଥିଲେ । ମୁଖ୍ୟ ଅତିଥି ଭାବେ ଶ୍ରୀ ମାନସ ଚୈତନ୍ୟ, ସଭାପତି ଧବଳେଶ୍ଵର ସାରସ୍ବତ ଆଶ୍ରମ ଯୋଗଦାନ କରି ଧର୍ମ ନିରପେକ୍ଷତା ଏବଂ ମାନବବାଦ ଭାରତୀୟ ଦର୍ଶନ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟ ବକ୍ତା ଭାବେ ପ୍ରାଧ୍ୟାପକ ସେକ କଲିମୁଲ୍ଲା ପ୍ରଧାନମନ୍ତ୍ରୀଙ୍କ ଆଦର୍ଶ ବିଚାରଧାରା ସମ୍ପର୍କରେ ଟିପ୍ପଣୀ କରିଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ଡ଼କ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ ଅଧ୍ୟକ୍ଷତା କରି ପ୍ରତ୍ୟେକ ଭାରତୀୟଙ୍କ ଆଶୀର୍ବାଦ ପ୍ରଧାନମନ୍ତ୍ରୀଙ୍କୁ ଶତାୟୁ କରିବା ସହିତ ତାଙ୍କ ଆଧ୍ୟାତ୍ମିକ ବିଚାର ବିଶ୍ଵ ବାସୀଙ୍କୁ ମାର୍ଗଦର୍ଶନ ପ୍ରଦାନ କରିବ । ସମ୍ମାନିତ ଅତିଥି ଭାବେ ବ୍ରହ୍ମାନନ୍ଦ ମହାନ୍ତି, ଅଜୟ କୁମାର ପଣ୍ଡା, ଭଗବତୀ ଖଟୁଆ, ସୁଭବ୍ରତ ମହାପାତ୍ର, ଲକ୍ଷ୍ମୀ ପ୍ରସାଦ ଆଚାର୍ଯ୍ୟ, ବିରେନ୍ଦ୍ର କୁମାର ଜେନା , ମମତା ମହାନ୍ତି, ଲୋକନାଥ ସେଠୀ , ଶୁଭଶ୍ରୀ ଖୁଣ୍ଟିଆ ଏବଂ ସୁରଭି ଦ୍ବିବେଦୀ ଯୋଗଦାନ କରିଥିଲେ । “ଆସ ଗଛ ଲଗାଇବା” ଏବଂ “ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନ ଶୁଭେଚ୍ଛା” ଶୀର୍ଷକ ରେ କବିତା ପାଠ କରାଯାଇଥିଲା । କଣ୍ଠଶିଳ୍ପୀ ବିରେନ୍ଦ୍ର କୁମାର ଜେନା ଭକ୍ତି ସଙ୍ଗୀତ ଗାନ କରିଥିଲେ । ଆଶ୍ରମ ପରିସରରେ ବସ୍ତ୍ର ଏବଂ ପୁଷ୍ପମାଲ୍ୟ ପ୍ରଦାନ କରାଯାଇ ମାତୃପୂଜନ କରାଯାଇଥିଲା । ସନ୍ଧ୍ୟାରେ କଟକ ଚଣ୍ଡୀ ମନ୍ଦିରରେ ଜଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଜୀବନ ସହିତ ଅପାର ଶକ୍ତି ପ୍ରଦାନ ପାଇଁ ଅନୁଷ୍ଠାନର କର୍ମକର୍ତ୍ତାବୃନ୍ଦ ମାଆଙ୍କ ନିକଟରେ ପୂଜାର୍ଚ୍ଚନା କରିବା ସହିତ ମନ୍ଦିର ପ୍ରାଙ୍ଗଣରେ ୧୦୮ ଦୀପ ପ୍ରଜ୍ବଳନ କରିଥିଲେ । ପ୍ରତିବର୍ଷ ଏବି କାର୍ଯ୍ୟକ୍ରମ କରାଯିବ ବୋଲି ସଭାପତି ବିଜୟା ଲକ୍ଷ୍ମୀ ସାମନ୍ତରାୟ ସୂଚନା ପ୍ରଦାନ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.