ରେଞ୍ଜରଙ୍କ ପୈତୃକ ଘର ସମେତ ୯ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ପକ୍ଷରୁ ମାରାଥନ ଚଢ଼ାଉ

ଓଡ଼ିଆ ବାର୍ତ୍ତା/ ବାଲିଗୁଡା (ସଞ୍ଜୟ କୁମାର ପାଣିଗ୍ରାହୀ): ରାୟଗଡା ଜିଲା କାଶୀପୁର ବନାଞ୍ଚଳର ବନାଞ୍ଚଳ ଅଧିକାରୀ ଅନ୍ତର୍ଯ୍ୟାମୀ ସାହୁଙ୍କ ପୈତୃକ ଘର ସମେତ ୯ଟି ସ୍ଥାନରେ ଶୁକ୍ରବାର ପ୍ରାତଃ ୪ ଘଣ୍ଟ ଠାରୁ ଚାଲିଛି ଭିଜିଲାନ୍ସ ଟିମ ର ମାରାଥନ ଚଢ଼ାଉ।

ଏହି ଟିମରେ କୋରାପୁଟ ଜିଲା ଜୟପୁର, ନବରଙ୍ଗପୁର ଓ କଳାହାଣ୍ଡିର ସରକାରୀ ସାକ୍ଷୀ ସମେତ ୬ ଜଣିଆ ଭିଜିଲାନ୍ସ କର୍ମଚାରୀ ଡିଏସପି ପ୍ରମିଳା ସୁନାଙ୍କ ନେତୃତ୍ୱରେ ଚଢ଼ାଉ ଜାରି ରଖିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ବନାଞ୍ଚଳ ଅଧିକାରୀ ଆନ୍ତର୍ଯ୍ୟାମୀ ସାହୁଙ୍କ ପୈତୃକ ଘର କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗୃହରେ ଏହି ଚଢ଼ାଉ ଚାଲିଥିବା ବେଳେ ଦାରିଙ୍ଗବାଡିର ପେଟ୍ରୋଲ ଟାଙ୍କି ଛକରେ ଏବଂ ବାଲିଗୁଡାର ନିଜସ୍ୱ ବାସ ଗୃହ ସମେତ ନୟାଗଡ ଜିଲା ଗଣିଆ ଥାନା କରପଡା,

କୁକୁଡାଖଣ୍ଡି ତହସିଲର ଯୋଗିଆପଲ୍ଲୀ, ଭଞ୍ଜନଗର ତହସିଲ ଦୌମୁହାଣୀ, ଏବଂ ରାୟଗଡା ଜିଲା କାଶୀପୁରର ବନାଞ୍ଚଳ କାର୍ଯ୍ୟାଳୟ ଏବଂ ସରକାରୀ ବାସଭବନରେ ଏହି ଚଢ଼ାଉ ଜାରି ରହିଥିବା ବେଳେ ଶ୍ରୀ ସାହୁଙ୍କ ଘରୁ କିଛି ଟଙ୍କା, ସୁନା, ବ୍ୟାଙ୍କ ପାସ ବୁକ ଓ଼ ପୋଷ୍ଟାଲ ପାସ ବୁକ ସମେତ ବିଭିନ୍ନ କାଗଜ ପତ୍ର ଜବତ କରି ତଦନ୍ତ ଜାରୀ ରହିଥିବା ଜଣାପଡିଛି।

ଏଥିରେ ଓଡିଶା ଭିଜିଲାନ୍ସ ପକ୍ଷରୁ କୋରାପୁଟ ଜୟପୁରର ଭିଜିଲାନ୍ସ କାର୍ଯ୍ୟାଳୟ ପକ୍ଷରୁ ୭ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର, ୯ ଜଣ ଏଏସଆଇ ଓ ଅନ୍ୟ ସହଯୋଗୀ ଗଞ୍ଜାମ, କନ୍ଧମାଳ, ନୟାଗଡ଼ ଏବଂ ରାୟଗଡା ଜିଲାରେ ୯ଟି ସ୍ଥାନରେ ଏକ କାଳୀନ ଚଢ଼ାଉ ଜାରି ରହିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

Oplus_131072
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.