ଧର୍ମଗଡରେ ବିଜେଡିର ସାଙ୍ଗଠନିକ ବୈଠକ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ଧର୍ମଗଡଠାରେ ଆଜି ବିଜେଡିର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଛି। ସଭାକାର୍ଯ୍ୟ ପ୍ରାରମ୍ଭରେ ସ୍ବର୍ଗତ ଗୌର ଛତ୍ରିଆଙ୍କ ଉଦ୍ଦେଶ୍ୟରେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ ଯୋଗ ଦେଇ ତ୍ରିସ୍ତରୀୟ ପଞ୍ଚାୟତରାଜ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡିକୁ କେମିତି ତୃଣମୂଳ ସ୍ତରରେ ଅଧିକ ମଜବୁତ କରାଯିବ ସେନେଇ ଆଲୋକପାତ କରିଥିଲେ। ଏହି ଅବସରରେ ବିଜୁ ଜନତା ଦଳର ନବ ନିର୍ବାଚିତ ଧର୍ମଗଡ ବ୍ଲକ ସଭାପତି ଡାକେଶ୍ୱର ଲହଜଲ ଏବଂ ନଗର ସଭାପତି ମଦନ ନାଏକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ଜୋନ-୧ ସଭ୍ୟ ଗୋପୀନାଥ ମହାନନ୍ଦ, ଜୋନ-୨ ଜିଲ୍ଲାପରିଷଦ ସଭ୍ୟ ପ୍ରଣବ ପ୍ରକାଶ ଭଇସାଲ, ଜୋନ ୩ ଜିଲ୍ଲାପରିଷଦ ସଭ୍ୟ ଶଙ୍କର ଜୁଏଡ଼, ପୂର୍ବତନ ନଗରପାଳ ସୁଶ୍ରୀ ହୀରା ବାଗ, ଜିଲ୍ଲା ଉପସଭାପତି ଥବିର ପ୍ରସାଦ ସାହୁ, ସମ୍ପାଦକ ପ୍ରଶାନ୍ତ ତିୱାରୀ, ଖିରୋଦ ବାଗ, ନାରୀ ନେତ୍ରୀ କଲ୍ୟାଣୀ ନାଏକ, ମିଥିଳା ପୁଞ୍ଜି, ମମତା ଗୋପାଳ, ଯୁବ ସଭାପତି ଲିପୁ ମହାନ୍ତି, ଯୋଗିନ୍ଦ୍ର ସାହୁ, ସଞ୍ଜୀବ ପଣ୍ଡା, ସନ୍ତୋଷ ପାଢ଼ୀ, ଲବଣୀ ଯାଦବ ସମେତ ସମସ୍ତ କାଉନସିଲର, ପଞ୍ଚାୟତ ସଭାପତି ସମେତ ଅନେକ ବିଜେଡି କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.