ବେନଗାଁ ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବେନଗାଁ ପ୍ରାଥମିକ ଚିକିତ୍ସା କେନ୍ଦ୍ର ପରିସରରେ ଶୁକ୍ରବାର ମହିଳାମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ ଏବଂ ସାମଗ୍ରୀକ ସଶକ୍ତିକରଣ ଉପରେ କେନ୍ଦ୍ରିତ ଏକ ସ୍ୱାସ୍ଥ୍ୟ ପ୍ରୋତ୍ସାହନ “ସୁସ୍ଥ ନାରୀ ସଶକ୍ତ ପରିବାର” ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ବେନଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ମେଡ଼ିକାଲ ଅଫିସର ଡ଼. ବିବେକ ସାହୁଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଣସଂକ୍ରାମକ,ରକ୍ତହୀନତା, ଯକ୍ଷ୍ମା,ସିକିଲସେଲ ଓ ଥାଓ ସେମିଆ ଆଦି ରୋଗର ଚିହ୍ନଟ, ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ଋତୁ ସ୍ରାବ ଜନିତ ପରିଚ୍ଛନ୍ନତା ଏବଂ ଖାଦ୍ୟରେ ତେଲ, ଚିନି କମ କରିବା ଉପରେ ସଚେତନ କରାଯାଇଥିଲା। ଚଳିତ ୧୭ ସେପ୍ଟେମ୍ବର ରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ହେବାକୁ ଥିବା ଏହି ଅଭିଯାନରେ ମହିଳା ଓ ବାଳିକା ମାନେ ଯୋଗଦେଇ ନିଜେ ଆଉ ନିଜ ପରିବାରକୁ ସୁରକ୍ଷିତ ରଖିବା ପାଇଁ ଉଭୟ ସରକାର ଆହ୍ୱାନ ଦେଇଛଥିବା ବେଳେ ଏହି ପରିପେକ୍ଷିରେ ବେନଗାଁ ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ମଧ୍ୟ ଆୟୋଜିତ ହୋଇଥିଲା ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ। ଏଥିରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ସରପଞ୍ଚ ପୁରାଣା ମାଝୀ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥିଭାବେ ଡ଼.ସଚି ନନ୍ଦନ ସେନାପତି, ସେବାଜଗତ ସମ୍ପାଦକ ସତ୍ୟନାରାୟଣ ପଟ୍ଟନାୟକ ଯୋଗଦେଇଥିଲେ। ଏଥିରେ ଚକ୍ଷୁ ବିଭାଗ ଡାକ୍ତର ଯୁଧିଷ୍ଠିର ପାତ୍ର, ଦନ୍ତ ବିଶେଷଜ୍ଞ ଡ. ମନୀଷା ମିଶ୍ର ଓ ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକାରୀ କୃଷ୍ଣ ଚନ୍ଦ୍ର ପ୍ରଧାନ ଯୋଗଦେଇ ଉପଯୁକ୍ତ ସ୍ୱାସ୍ଥ୍ୟ ଯୋଗାଇଥିଲେ। ଏଥିରେ ଫାର୍ମାସିଷ୍ଟ ଆଦର୍ଶ ପାତ୍ର, ମହେନ୍ଦ୍ର ଗହୀର, ରଶ୍ମି ସେନାପତି, ସ୍ୱାସ୍ଥ୍ୟ କର୍ମୀ ରାଜଶ୍ରୀ, ମଥା ମାଝୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.