ଲାଞ୍ଜିଗଡ଼ରେ ଜଙ୍ଗଲି ହାତୀ ଉପଦ୍ରବ, ଧାନ ଫସଲ ମାଡି କଲେ ନଷ୍ଟ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ସହରଠାରୁ ମାତ୍ର ୧ କିମି ଦୂରରେ ଥିବା ରାହୁଳ ଝିମିରି ଜଙ୍ଗଲରେ ୨୮ ଟିକିଆ ହାତୀପଲ ରହିଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଗତ ରାତିରେ ଲାଞ୍ଜିଗଡ଼ ପଞ୍ଚାୟତର ଗୋଇପଟା ଗାଁ ଅଞ୍ଚଳରେ ଥିବା ଅଚୁତ ମାଝୀଙ୍କ ଜମିରେ ଥିବା ଧାନ ଫସଲକୁ ସମ୍ପୂର୍ଣ୍ଣ ଭାବେ ମାଡ଼ି ଚକଟି ନଷ୍ଟ କରି ଦେଇଛନ୍ତି। ସୂଚନା ମୁତାବକ ଲାଞ୍ଜିଗଡ଼ର ପଞ୍ଚାୟତ ଗୋଇପଟା ଗାଁର ଚାଷୀ ଅଚୁତ ମାଝୀ ରାହୁଲ ଝିମିରି ଜଙ୍ଗଲ ନିକଟରେ ଥିବା ଜମିରେ ଧାନ ଚାଷ କରିଥିଲା। କିନ୍ତୁ ଗତ ରାତିରେ ନିକଟସ୍ଥ ରାହୁଳ ଝିମିରି ଜଙ୍ଗଲରୁ ପ୍ରାୟ ୨୮ ରୁ ଉର୍ଦ୍ଧ୍ବ ବଣୁଆ ହାତୀ ଆସି ଅଚୁତ ମାଝୀଙ୍କ ଧାନ ଫସଲକୁ ସମ୍ପୂର୍ଣ୍ଣ ଭାବେ ମାଡି ଚକଟି ନଷ୍ଟ କରିଦେଇଛନ୍ତି। ଅଚୁତ ବହୁ କଷ୍ଟରେ ନିକଟସ୍ଥ ଧାର ଉଧାର କରି ତାର ୧ ଏକର ୬୦ ଡ଼ିସିମିଲ ରେ ଧାନ ଚାଷ କରିଥିଲା। ବର୍ତ୍ତମାନ ଅଚୁତଙ୍କ ଧାନ କ୍ଷେତକୁ ହାତୀ ମାଡି ଚକଟି ନଷ୍ଟ କରିଦେଇଥିବା ବେଳେ ବର୍ତ୍ତମାନ ଚିନ୍ତାରେ ଭାଙ୍ଗି ପଡିଛନ୍ତି। ବର୍ତ୍ତମାନ ମୂଷାନାଳ ଜଙ୍ଗଲଠାରେ ହାତୀପଲ ରହିଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଘଟଣା ସ୍ଥଳରେ ଲାଞ୍ଜିଗଡ଼ ବନ ବିଭାଗ ପକ୍ଷରୁ କ୍ଷୟକ୍ଷତିର ଆକଳନ କରିଥିବା ସୂଚନା ମିଳିଛି।ଏନେଇ ଲାଞ୍ଜିଗଡ଼ ବନପାଳ ଧରାଣୀଧର ପଣ୍ଡାଙ୍କୁ ପଚାରିବାରୁ ଅଚୁତ ଧାନ ଫସଲ ହାତୀ ମାଡି ନଷ୍ଟ କରିଛନ୍ତି। କ୍ଷୟକ୍ଷତି ହୋଇଥିବା ଜମିର କାଗଜପତ୍ର ନେଇ ଅନ ଲାଇନ କରିବାକୁ କହିଛୁ। ଅନ ଲାଇନ କଲେ ସରକାର ପକ୍ଷରୁ ଯାହା ଅନୁଦାନ ଅଛି ମିଳିବ ବୋଲି ପ୍ରକାଶ କରିଥିଲେ। ଏଣୁ ସରକାରଙ୍କ ପକ୍ଷରୁ ଅଚୁତଙ୍କୁ କ୍ଷତି ପୂରଣ ଯୋଗାଇ ଦେବାକୁ ସେ ଅନୁରୋଧ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.