ଜଗତସିଂହପୁର ଜିଲ୍ଲା କଂଗ୍ରେସ ସଭାପତି ହେଲେ ଦେବପ୍ରସାଦ ନାୟକ 

ଓଡ଼ିଆ ବାର୍ତ୍ତା/ ଜଗତସିଂହପୁର: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର ଦେବପ୍ରସାଦ ନାୟକ (ଫେଲୁ) ଜଗତସିଂହପୁର ଜିଲ୍ଲା କଂଗ୍ରେସ ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି। ସେ ପୂର୍ବରୁ ବିଭିନ୍ନ ସମୟରେ ଛାତ୍ର, ଯୁବ ଓ ପିସିସି ସଭ୍ୟ ଭାବରେ ସଫଳ ଭାବରେ ଦାୟିତ୍ବ ତୁଲାଇ ଥିବାବେଳେ ୩୫ବର୍ଷ ଧରି ତୃଣମୂଳ ସ୍ତରରେ କଂଗ୍ରେସ ପାଇଁ କାମ କରୁଥିଲେ। ଶ୍ରୀ ନାୟକଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ସେ ସଭାପତି ହେବା ଫଳରେ ଜିଲ୍ଲାରେ କଂଗ୍ରେସ ତାର ପୂର୍ବ ଅବସ୍ଥାକୁ ଫେରିବ ବୋଲି କଂଗ୍ରେସ କର୍ମୀ ଆଶା ବ୍ୟକ୍ତ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.