ଆପଲସ୍ବାମୀ କାଡ୍ରାକା ରାୟଗଡ଼ା ଜିଲ୍ଲା କଂଗ୍ରେସ ସଭାପତି ନିଯୁକ୍ତ 

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା କଂଗ୍ରେସ ସଭାପତି ହେଲେ ବିଧାୟକ ଆପଲସ୍ବାମୀ କାଡ୍ରାକା । ଏନେଇ ଏଆଇସିସି ସାଧାରଣ ସମ୍ପାଦକ କେ.ଭେଣୁଗୋପାଳ ବିଧିବଦ୍ଧ ଘୋଷଣା କରିଛନ୍ତି । ପୂର୍ବରୁ ରାୟଗଡ଼ା ଜିଲା ସଭାପତି ପାଇଁ କଂଗ୍ରେସ ପକ୍ଷରୁ ପର୍ଯ୍ୟବେକ୍ଷକ ନିଯୁକ୍ତି ହୋଇ କର୍ଣ୍ଣାଟକ ରାଜ୍ୟର ବିଧାୟକ ଅର୍ଶଦ ରିଜୱାନ ରାୟଗଡ଼ା ଜିଲ୍ଲା ଗ୍ରସ୍ତରେ ଆସି କର୍ମୀଙ୍କ ମତ ସଂଗ୍ରହ କରିଥିଲେ । ଫଳସ୍ବରୂପ ରାୟଗଡ଼ା ବିଧାୟକ ଆପଲସ୍ବାମୀ କାଡ୍ରାକାଙ୍କୁ ଦଳ ସଂଗଠନ ମଜଭୂତ କରିବା ପାଇଁ ଆସ୍ଥା ପ୍ରକଟ କରି ଏହି ଗୁରୁ ଦାୟିତ୍ୱ ପ୍ରଦାନ କରିଛି ବୋଲି କର୍ମୀ ମହଲରେ ଆଲୋଚନା ଚାଲିଛି । ଅନ୍ୟପଟେ ଦଳର ସମସ୍ତଙ୍କୁ ନେଇ ରାୟଗଡ଼ା ଜିଲ୍ଲାରେ କଂଗ୍ରେସକୁ ମଜଭୂତ କରିବା ସହିତ ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳ ସମସ୍ତ ଜିଲା ପରିଷଦ ଓ ପଞ୍ଚାୟତ ଦଖଲ କରିବ ବୋଲି କହିଛନ୍ତି ବିଧାୟକ ତଥା ନୂତନ ସଭାପତି ଶ୍ରୀ କାଡ୍ରାକା । ବିଧାୟକ କାଡ୍ରାକାଙ୍କ ନାମ ଜିଲ୍ଲା ସଭାପତି ଭାବେ ଘୋଷଣା ହେବା ପରେ କର୍ମୀ ମହଲରେ ଉତ୍ସାହ ଖେଳି ଯାଇଛି । ତେବେ ଏଥିପାଇଁ ବିଧାୟକ କାଡ୍ରାକା ଏଆଇସିସି ସଭାପତି ମଲିକାର୍ଜୁନ ଖାର୍ଗେ, ଭେଟେରାନ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ପ୍ରଭାରୀ ଅଜୟ କୁମାର ଲାଲୁ, ପିସିସି ସଭାପତି ଭକ୍ତଚରଣ ଦାସ, ପର୍ଯ୍ୟବେକ୍ଷକ ଅର୍ଶଦ ରିଜୱାନ, କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲାକା, ବରିଷ୍ଠ ନେତା ଦୁର୍ଗା ପ୍ରସାଦ ପଣ୍ଡା, ଝୁନା ପଣ୍ଡା, ରତ୍ନମଣି ଉଲାକାଙ୍କ ସମେତ ଦଳର ସମସ୍ତ ବରିଷ୍ଠ ଓ କନିଷ୍ଠ କର୍ମ କର୍ତ୍ତା ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.