୧୫ ବର୍ଷରେ ନକଟିଗୁଡା ସାର୍ବଜନୀନ ଦୁର୍ଗାପୂଜା: ଏଥରର ମୁଖ୍ୟ ଆକର୍ଷଣ ରାଜସ୍ଥାନ ଜୟପୁରର ହାୱା ମହଲ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ମା’ଦୁର୍ଗାଙ୍କ ଆଗମନରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ଚଳ ଚଞ୍ଚଳ ହୋଇ ଉଠିଛି।ଏପରି ସ୍ଥଳେ ସହରର ନକଟିଗୁଡା ପୂଜା ମଣ୍ଡପ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥାଏ। ପ୍ରତିବର୍ଷ ଏଠାକାର ପୂଜା କମିଟି ପକ୍ଷରୁ ନିଆରା ମଣ୍ଡପ ତିଆରି କରି ପଶ୍ଚିମ ଓଡିଶାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଏଠାରେ ବିଭିନ୍ନ ରୂପରେ ସୁନ୍ଦର ଓ ସୁଉଚ୍ଚ ଆକର୍ଷଣୀୟ ପୂଜା ମଣ୍ଡପ ପ୍ରସ୍ତୁତ କରାଯାଏ। ଯାହାକି ଜିଲ୍ଲାର ହଜାର ହଜାର ଭକ୍ତଙ୍କ ମନ ମୋହିଥାଏ। ଚଳିତବର୍ଷ ନକଟିଗୁଡା ପୂଜା କମିଟି ପକ୍ଷରୁ ଢେଙ୍କାନାଳ,କଟକ କାରିଗରମାନଙ୍କ ଦ୍ବାରା ରାଜସ୍ଥାନ ଜୟପୁରର ହାୱା ମହଲ ଆକୃତିରେ ପୂଜା ମଣ୍ଡପ ନିର୍ମାଣ କରାଯାଇଛି। ଏଥର ନକଟିଗୁଡା ସାର୍ବଜନୀନ ଦୁର୍ଗା ପୂଜା ୧୫ ବର୍ଷରେ ପଦାର୍ପଣ କରିଛି। ୨୦୧୧ ମସିହାରେ ନକଟିଗୁଡାରେ ସାର୍ବଜନୀନ ଦୁର୍ଗାପୂଜା ଆରମ୍ଭ ହୋଇଥିଲା। ଉକ୍ତ ବର୍ଷ ପୁରୀ ଶ୍ରୀମନ୍ଦିର ଆକୃତିର ମଣ୍ଡପ ନିର୍ମାଣ କରାଯାଇଥିଲା। ୨୦୧୨ ରେ ଚେନାଇ ଆଇପ୍ପା ମନ୍ଦିର,୨୦୧୩ ରେ ତିରୁପତି ଵାଲାଜୀ ମନ୍ଦିର,୨୦୧୪ ରେ କର୍ଣ୍ଣାଟକ ବିଧାନସଭା,୨୦୧୫ ରେ ଅକ୍ଷରଧାମ ମନ୍ଦିର,୨୦୧୬ ରେ କୋଣାର୍କ ସୂର୍ଯ୍ୟ ମନ୍ଦିର,୨୦୧୭ ରେ ଋଷିକେଶ ମନ୍ଦିର,୨୦୧୮ ରେ ବୃନ୍ଦାବନ ଚନ୍ଦ୍ରୋଦୟା ମନ୍ଦିର,୨୦୧୯ ରେ ଭୁବନେଶ୍ବର ରାମମନ୍ଦିର ସଦୃଶ ପୂଜା ମଣ୍ଡପର ରୂପ ଦିଆଯାଇଥିଲା। କୋଭିଡ ସମୟରେ କେବଳ ମା’ଜଗତ ଜନନୀଙ୍କ ବିଧି ପୂଜା କରାଯାଇଥିଲା।ପରେ ୨୦୨୨ ରେ ରାଷ୍ଟ୍ରପତି ଭବନ,୨୦୨୩ ରେ ଋଷିଆର ହର୍ମିଟେଜ ମ୍ୟୁଜିୟମ ଓ ୨୦୨୪ ରେ ଦିଲ୍ଲୀର ଲାଲକିଲ୍ଲା ମଣ୍ଡପ ଆକାରର ସଦୃଶ୍ୟ ତୋରଣ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.