୫୨ ବର୍ଷରେ ଲାଞ୍ଜିଗଡ଼ରୋଡ଼ ଦୁର୍ଗାପୂଜା, ମାଁଙ୍କ ଦର୍ଶନ ପାଇଁ ଭକ୍ତଙ୍କ  ଭିଡ଼

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ରୋଡ଼ ସାର୍ବଜନୀନ ଦୁର୍ଗାପୂଜା ଚଳିତ ବର୍ଷ ୫୨ ବର୍ଷରେ ପଦାର୍ପଣ କରିଛି। ସ୍ଥାନୀୟ ଦୁର୍ଗାମଣ୍ଡପରେ ରବିବାର ୨୨ ତାରିଖରୁ କଳସ ଯାତ୍ରା ଓ ଅଧିବାସ ପରେ ସୋମବାର ଠାରୁ ନବରାତ୍ର ପୂଜା ଆରମ୍ଭହୋଇଛି। ଦୁର୍ଗତିନାଶିନୀ ମାଁ ଦୁର୍ଗାଙ୍କ ସନ୍ଧ୍ୟା ଆଳତି ଦର୍ଶନ ପାଇଁ ଶହ ଶହ ଭକ୍ତଙ୍କ ଭିଡ଼ ଜମୁଛି। ଏଥିରେ କର୍ତ୍ତା ଭାବେ ସୁନ୍ଦରଲାଲ ଗଉଡ଼ ଦାୟିତ୍ଵ ନିର୍ବାହ କରୁଛନ୍ତି। ପୂଜକ ଲମ୍ବୋଦର ପାଢ଼ୀ ଏବଂ ମଧୁସୂଦନ ପାଢ଼ୀ ପୂଜା କାର୍ଯ୍ୟ ତୁଲାଉଛନ୍ତି। ପୂଜା କମିଟି ସଭାପତି ଟଙ୍କଧର ମାଝୀ, ଉପସଭାପତି ମିଥୁନ ପ୍ରସାଦ ସାହୁ, ସାଧାରଣ ସମ୍ପାଦକ ପ୍ରଣବ କୁମାର ରାଉତ, ସାଂସ୍କୃତିକ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଗଉଡ଼ କୋଷାଧ୍ୟକ୍ଷ ଦିନେଶ କୁମାର ସ୍ବାଇଁ ମୂଖ୍ୟ ଦାୟିତ୍ଵ ନିର୍ବାହ କରୁଛନ୍ତି। ଏଥିରେ ବିପୁଳ ରାଉତ, ଅଭିଷେକ ମହାପାତ୍ର, ବିନୋଦ ମହାପାତ୍ରଙ୍କ ସମେତ ଯୁବଗୋଷ୍ଠୀ ଓ ଅନ୍ୟମାନେ ପୂଜା ପରିଚାଳନାରେ ସହଯୋଗ କରୁଛନ୍ତି। ତେବେ ଚଳିତ ବର୍ଷ ମଧ୍ୟ ଦର୍ଶକମାନଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ନାଟକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ରଖାଯାଇଛି। ଆଲୋକମାଳାରେ ଲାଞ୍ଜିଗଡ଼ରୋଡ଼ ବସ୍ତି ଓ ମଣ୍ଡପ ପରିସର ଝଲସି ଉଠୁଛି। ପ୍ରତ୍ୟେକ ଦିନ ପ୍ରସାଦ ବଣ୍ଟନର ବ୍ୟବସ୍ଥା ରହିଛି। ବିଧି ବିଧାନ ଅନୁସାରେ ମା’ଙ୍କ ପୂଜା ଚାଲୁଛି ବୋଲି ପୂଜା କମିଟି ପକ୍ଷରୁ ସୂଚନା ଦିଆଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.