ଆମପାଣି ମଣ୍ଡଳ ବିଜେପି ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତର ଦର୍ଲିପଡା ସ୍କୁଲ ପରିସରରେ ଶନିବାର ବିଜେପି ଆମପାଣି ମଣ୍ଡଳ ଓ କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆନୁକୁଲ୍ୟରେ ଶନିବାର ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି।‌ ଧର୍ମଗଡ଼ ବିଧାୟକଙ୍କ ତତ୍ବାବଧାନରେ ଶିବିରକୁ ଆମପାଣି ମଣ୍ଡଳ ସଭାପତି ମଧୁବନ ପାତ୍ର ସଂଯୋଜନା କରିଥିଲେ। ଏଥିରେ ବଲାଙ୍ଗୀର ଯୁବମୋର୍ଚ୍ଚା ପ୍ରଭାରୀ ହିମାଂଶୁ ପଣ୍ଡା, ବିଧାୟକଙ୍କ କୋକସରା ପ୍ରତିନିଧି ତ୍ରିନାଥ ଶବର, ଜିଲ୍ଲା ସମ୍ପାଦକ ଜୟ ଶଙ୍କର ନାଏକ, ଉପସଭାପତି ମୁକେଶ ଅଗ୍ରୱାଲ, କାର୍ଯ୍ୟକ୍ରମ ସଂଯୋଜକ ଅପ୍ରେସ ସ୍ବାଇଁ, ବିଷ୍ଣପ୍ରସାଦ ଅଗ୍ରୱାଲ, କୋକସରା ମେଡିକାଲ ଇନଚାର୍ଜ ଡାକ୍ତର ତତ୍ବଦର୍ଶୀ ଦାସ ପ୍ରମୁଖ ଯୋଗଦେଇ ଶିବିର ଉଦଘାଟନ କରିଥିଲେ। ମେଡ଼ିସିନ ସ୍ପେସିଆଲିଷ୍ଟ ଡାକ୍ତର ଶୈଳେଶ ଦୋରା, ଡାକ୍ତର ଚତୁର୍ଭୁଜ ପାଢ଼ୀ, ଧନେଶ୍ୱର ଟୁଡୁ, ଗୌରବ ସାହୁ ପ୍ରମୁଖ ଯୋଗଦେଇ ଅଞ୍ଚଳର ଶତାଧିକ ଲୋକଙ୍କୁ ସ୍ବାସ୍ଥ୍ୟ ପରିକ୍ଷା କରିବା ସହିତ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା। ଶିବିରରେ କୋକସରା ମଣ୍ଡଳ ସଭାପତି ବସନ୍ତ ନାଗ, ବରିଷ୍ଠ କାର୍ଯ୍ୟକର୍ତ୍ତା ଗରୁଡଧ୍ଵଜ ମାଝୀ, ଚକ୍ରଧର ବେଶ୍ରା, ସନ୍ତୋଷ ମାଝୀ, ଅର୍ଜୁନ ଭାଟି, ଭଜମନ ନାଏକ, ପ୍ରାଞ୍ଜଳୀ ପ୍ରଧାନ, ଧରିତ୍ରୀ ବାଗ, ସରପଞ୍ଚ ହରିପ୍ରିୟା ନାଗ, ତୁଲାରାମ ନାଏକ, ଦ୍ରୋଣାଚାର୍ଯ୍ୟ ପୁଝାରୀ, ତ୍ରୈଲୋକ୍ୟ ବେଶ୍ରା, ନକୁଳ ନାଏକ, ମକରନ୍ଦ ବାଗ, ସନାତନ ସୁନାନୀ, ଖଗେଶ୍ବର ବାଣୁଆ ସମେତ ମେଡିକାଲରୁ ଡିପିଏମ୍ ଦିଲିପ୍ ଦୁବେ, ଭବିଡିସି ଦିନେଶ ପ୍ରହରାଜ, ଡିଏମଆରସିଏଚ୍ ରଶ୍ମି ମହାନ୍ତି, ବିପିଏମ ସୁଜୀତ ସିଂ କୁମାର, ପିଏଚ୍ଇଓ ଶର୍ମିଲା ଛତ୍ରିଆ, ଫାର୍ମାସି ଅଫିସର ସ୍ବପ୍ନେନ୍ଦୁ ମୁଣ୍ଡ, ଏଲଟି ମହିନ୍ ଖାନ ପ୍ରମୁଖ ଯୋଗଦେଇ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.