ପଞ୍ଚାୟତ ମହାବିଦ୍ୟାଳୟ ଧର୍ମଗଡ଼ରେ ସେବା ପକ୍ଷ-୨୦୨୫ ପାଳନ ଅବସରରେ ସଫେଇ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ଲବଣୀ ରାଉତ): ଧର୍ମଗଡ଼ ସ୍ଥିତ ପଞ୍ଚାୟତ ମହାବିଦ୍ୟାଳୟର ଏନଏସଏସ କୋ-ୟୁନିଟ ଦ୍ୱାରା ମହାବିଦ୍ୟାଳୟ ପରିସର ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏନଏସଏସ କାର୍ଯ୍ୟକ୍ରମ ଅଧିକାରୀ ଗଣପତି ବାଗଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ସଫେଇ କାର୍ଯ୍ୟରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଏସ୍ ଜଗନ୍ନାଥ ରାଓ, ଅଧ୍ୟାପିକା ରୋଜାଲିନୀ ମୁଣ୍ଡ, ପ୍ରାଧ୍ୟାପକ ଲିଙ୍ଗରାଜ ପାତ୍ର, ଭାର୍ଗବ ସାହୁ, ମାଧବ ଲହଜଲ ପ୍ରମୁଖ ସାମିଲ୍ ହୋଇ ସ୍ୱେଚ୍ଛାସେବୀମାନଙ୍କୁ ଉତ୍ସାହିତ କରିଥିଲେ । ସ୍ବେଛାସେବୀମାନେ ମହାବିଦ୍ୟାଳୟ ବଗିଚା ମଧ୍ୟରେ ପଡ଼ିରହିଥିବା ପ୍ଲାଷ୍ଟିକ ବୋତଲ, ପଲିଥିନ୍ ଗୋଟେଇବା ସହ ଗତବର୍ଷ ବୃକ୍ଷରୋପଣ ସପ୍ତାହରେ ଲଗାଯାଇଥିବା ଗଛ ପାର୍ଶ୍ୱରେ ଉଠିଥିବା ଅନାବନା ଘାସ ବାଛି ସଫା କରିଥିଲେ । ଅଭିମନ୍ୟୁ ମାଝୀ ଓ ତପନ ପଟେଲଙ୍କ ନେତୃତ୍ବରେ ଜିତେନ୍ଦ୍ର ଗୁରୁ, ଶୁଭମ୍ ପଟେଲ, ବେଲାଲସେନ ମଟିଆଲ, ଜୀବନ ଜ୍ୟୋତି ରାଉତ, ଅଶୋକ ନାଏକ କିମ୍ବଦନ୍ତୀ ମାଝୀଙ୍କ ସମେତ ପ୍ରାୟ ୫୦ ଜଣ ସ୍ୱେଚ୍ଛାସେବୀ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.