ରୁପ୍ରାରୋଡ ଦେବସର ଧାମରେ ନବରାତ୍ର ପୂଜା 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରାରୋଡର ଦେବସର ଧାମ ଦୁର୍ଗା ମନ୍ଦିରରେ ବୈଦିକ ବିଧାନ ଅନୁସାରେ ଚାଲିଛି ଶାରଦୀୟ ନବରାତ୍ର ପୂଜା।  ପ୍ରତ୍ୟେକ ଦିନ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ଦେବୀ ଦୁର୍ଗାଙ୍କ ଦର୍ଶନ କରିବା ସହ ଅନ୍ନପ୍ରସାଦ ଗ୍ରହଣ କରୁଛନ୍ତି। ସନ୍ଧ୍ୟା ଆଳତି ସମୟରେ ମଧ୍ୟ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି। ଦେବସର ଧାମ ଟ୍ରଷ୍ଟ ବୋର୍ଡ଼ ଅଧ୍ୟକ୍ଷ ମୁଲଚନ୍ଦ ଅଗ୍ରୱାଲ ଏବଂ ନବରାତ୍ର ପୂଜା କମିଟି ସଭାପତି ଗୋବିନ୍ଦରାମ ଅଗ୍ରୱାଲଙ୍କ ତତ୍ବାବଧାନରେ ଶାନ୍ତି ଶୃଙ୍ଖଳାର ସହ ଚାଲିଛି ଜଗତଜନନୀଙ୍କ ଆରଧନା। କମିଟିର ଉପସଭାପତି ଓମପ୍ରକାଶ ଅଗ୍ରୱାଲ, ସାଧାରଣ ସମ୍ପାଦକ ବିଶିଷ୍ଟ ଆଇନଜୀବୀ ସୁବାଷ ଚନ୍ଦ୍ର ଅଗ୍ରୱାଲ, କୋଷାଧ୍ୟକ୍ଷ ଅନିଲ ଅଗ୍ରୱାଲ (ହାର୍ଡୱେର) ପ୍ରମୁଖ ନବରାତ୍ର କାର୍ଯ୍ୟକ୍ରମର ସଂଯୋଜନା କରୁଥିବାବେଳେ ସୁବାଷ ଚନ୍ଦ୍ର ଅଗ୍ରୱାଲ କର୍ତ୍ତା ଦାଇତ୍ୱ ନିର୍ବାହ କରୁଛନ୍ତି। ନିରଜ ଶର୍ମା, ରତନ ଅଗ୍ରୱାଲ, ଦିନେଶ ଅଗ୍ରୱାଲ, ଭାରତୀ ମହାନ୍ତି, ଦେବରାଜ ମାଝୀ, ଶିଶୁପାଳ, ବବ୍ରୁବାହାନ ବାରିକ, ରୋମାଞ୍ଚଳ ଭୋଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.