ରୁପ୍ରାରୋଡର ପୂର୍ବତନ ସରପଞ୍ଚଙ୍କ ନାମରେ ନର୍ଲା ଥାନାରେ ଏତଲା; ଗିରଫ ଦାବି କଲେ ଶତାଧିକ ଜନତା ଓ ଫ୍ୟାକ୍ଟ୍ରି କର୍ମଚାରୀ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରୁପ୍ରାରୋଡର ପୂର୍ବତନ ସରପଞ୍ଚ ଚିତ୍ତରଞ୍ଜନ ରଣାଙ୍କ ବିରୁଦ୍ଧରେ ନର୍ଲା ଥାନାରେ ଏତଲା ଦେଇଛନ୍ତି ଉଦ୍ୟୋଗପତି ସୁମିତ କୁମାର ଅଗ୍ରୱାଲ। ଅଭିଯୋଗ ଅନୁସାରେ ରୁପ୍ରାରୋଡର ଉଦ୍ୟୋଗପତି ସୁମିତ କୁମାର ଅଗ୍ରୱାଲଙ୍କୁ ପୂର୍ବରୁ ପୂର୍ବତନ ସରପଞ୍ଚ ଶ୍ରୀ ରଣା ପଚାଶ ହଜାର ଟଙ୍କା ବଟି ମାଗି ନେଇଥିଲେ। ପୁନର୍ବାର ସୁମିତଙ୍କ ବଡ଼ ଭାଇ ସୁନୀଲ କୁମାର ଅଗ୍ରୱାଲଙ୍କୁ ମଧ୍ୟ ଶ୍ରୀ ରଣା ପଚାଶ ହଜାର ଟଙ୍କା  ବଟି ମାଗି ହଇରାଣ ହରକତ କରୁଛନ୍ତି। ଯଦି ଦାବି ମୁତାବକ ଅର୍ଥ ନ ମିଳେ ତେବେ ତାଙ୍କୁ ସାମାଜିକ ଗଣମାଧ୍ୟମରେ ବଦନାମ କରିବାର ଧମକ ଦେବା ତଥା ପରବର୍ତ୍ତୀ ସମୟରେ ବିଭିନ୍ନ ମିଥ୍ୟା ଅପପ୍ରଚାର କରି ତାଙ୍କୁ ସୋସିଆଲ ମିଡିଆରେ ବଦନାମ କରିବା ସହ ଜୀବନରୁ ମାରିଦେବା ଭଳି ଧମକ ଦେଇଥିବା ସହ ଫ୍ୟାକ୍ଟ୍ରି ବନ୍ଦ କରିବାର ଧମକ ଦେଇଥିବା ସୁମିତ ଅଗ୍ରୱାଲ ପ୍ରକାଶ କରିଛନ୍ତି। ଏପଟେ ସୁନୀଲ ଅଗ୍ରୱାଲ ଓ ସୁମିତ ଅଗ୍ରୱାଲଙ୍କ ଫ୍ୟାକ୍ଟ୍ରି ଉପରେ ନିର୍ଭରଶୀଳ ଶତାଧିକ ପରିବାର ଆତଙ୍କିତ ହୋଇ ପଡିଥିବା ପ୍ରକାଶ କରିଛନ୍ତି। ତେଣୁ ଫ୍ୟାକ୍ଟ୍ରିର କର୍ମଚାରୀଙ୍କ ସମେତ ପ୍ରାୟ ୨୦୦ ରୁ ଉର୍ଦ୍ଧ୍ବ ଲୋକ ଶନିବାର ସନ୍ଧ୍ୟାରେ ନର୍ଲା ଥାନାରେ ପହଞ୍ଚି ରୁପ୍ରାରୋଡର ପୂର୍ବତନ ସରପଞ୍ଚଙ୍କ ଗିରଫ ଦାବି କରିଥିଲେ। ଏହି ସମୟରେ କିଛି ସୂଚନା ଅଧିକାର କର୍ମୀ ମଧ୍ୟ ଥାନାରେ ଉପସ୍ଥିତ ରହି ଶ୍ରୀ ରଣାଙ୍କ କାର୍ଯ୍ୟକାଳ ମଧ୍ୟରେ ରୁପ୍ରାରୋଡ ଅଞ୍ଚଳରେ ହୋଉଥିବା ସରକାରୀ ଅର୍ଥ ତୋଷାରପାତ ଉପରେ ବଖାଣିଥିଲେ। ଏନେଇ ଫୋନ ଯୋଗେ ପୂର୍ବତନ ସରପଞ୍ଚ ଶ୍ରୀ ରଣାଙ୍କ ମତାମତ ନେବାରୁ ଏହା ଭିତ୍ତିହୀନ ବୋଲି ପ୍ରକାଶ କରିବା ସହ ପୂର୍ବରୁ ମୁଁ ମଧ୍ୟ ଥାନାରେ ଏକ ଏତଲା ଦାଏର କରିଛି ବୋଲି କହିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.