ତାଳଗୁଡର ଅଧିଷ୍ଠାତ୍ରୀ ଦେବୀ ମାଁ ଡୋକୋରୀଙ୍କ ମନ୍ଦିରର ଦାନ ବାକ୍ସରୁ ଚୋରି

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ତାଳଗୁଡର ଅଧିଷ୍ଠାତ୍ରୀ ଦେବୀ ମାଁ ଡୋକୋରୀଙ୍କ ମନ୍ଦିରର ଦାନ ବାକ୍ସରୁ ଟଙ୍କା ଚୋରି ହୋଇଥିବା ସୁଚନା ମିଳିଛି। ସୁଚନା ଅନୁଯାୟୀ ଗତ ରାତିରେ ଦୁର୍ବୁର୍ତ୍ତ ଦାନ ବାକ୍ସ ଭଙ୍ଗିଦେଇ ଲୋକେ ଦାନ କରିଥିବା ଟଙ୍କା ନେଇଯାଇଛି। ଖବର ପାଇ ଘଟଣାସ୍ଥଳରେ ଜୟପାଟଣା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ବର୍ତ୍ତମାନ ଶାରଦୀୟ ନବରାତ୍ର ଚାଲିଛି। ଏହିପରି ସମୟରେ ଡୋକୋରୀ ଦେବୀଙ୍କ  ଦାନ ବାକ୍ସ ଚୋରିକୁ ନେଇ ଭକ୍ତ ମନରେ ଗଭୀର ଆଘାତ ଲାଗିଛି। ତେଣୁ ଚୋରି କରିଥିବା ଦୁର୍ବୁର୍ତ୍ତଙ୍କୁ ତୁରନ୍ତ ଗିରଫ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.